ମଧ୍ୟାହ୍ନ ଭୋଜନରେ ସାମିଲ ହେବ ଦୁଗ୍ଧଜାତ ଦ୍ରବ୍ୟ!


ଭୁବନେଶ୍ବର: ଏଣିକି ମଧ୍ୟାହ୍ନ ଭୋଜନରେ ଦିଆଯିବ ଦୁଗ୍ଧଜାତ ଦ୍ରବ୍ୟ। ଦୁଗ୍ଧଜାତ ଦ୍ରବ୍ୟ ଦେବାକୁ ଯୋଜନା ରଖାଯାଇଥିବା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ସାମିଲ୍‌ ହେଲେ ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ ବୋଲି କୁହାଯାଉଛି।

ମନ୍ତ୍ରୀ କହିଛନ୍ତି, ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବା ନେଇ ଆସିଥିବା ପ୍ରସ୍ତାବକୁ ସରକାର ତର୍ଜମା କରୁଛନ୍ତି। ପରେ ଏନେଇ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ମଧ୍ୟାହ୍ଣ ଭୋଜନରେ ପିଲାଙ୍କୁ ପୁଷ୍ଟିଲାଗି ଡାଲି ଓ ପନିପରିବା ସହ ଅଣ୍ଡା ଦିଆ ଯାଉଥିଲା। ଏବେ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ସାମିଲ୍‌ ହେଲେ ପିଲାମାନେ ଆହୁରି ପୁଷ୍ଟିକର ଖାଦ୍ୟ ପାଇବାକୁ ସକ୍ଷମ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ