ଏବେ ଇରାନ ଉପରେ ଚୀନର ନଜର: ବଡ଼ ନିବେଶ ଆଳରେ ମୁତୟନ କରିବ ୫ ହଜାର ସୈନିକ


ତେହରାନ: ଆମେରିକା ଓ ଚୀନ ଭିତରେ ଚାଲିଥିବା ଟ୍ରେଡ ଓ୍ବାରର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି। କେଉଁଠି ଅର୍ଥନୀତିରେ ମାନ୍ଦାବସ୍ଥା ତ କେଉଁଠି ରଣନୀତିରେ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ ଚୀନର ୫ ହଜାର ସେନାଙ୍କୁ ଇରାନ ନିଜ ଦେଶରେ ମୁତୟନ କରିବା ପାଇଁ ଅନୁମତି ଦେଇଛି। ଏହି ସୈନିକମାନେ ଚୀନ ଦ୍ୱାରା ଇରାନରେ ୨୮୦ ବିଲିୟନ ଡଲାରର କରାଯାଉଥିବା ପ୍ରୋଜେକ୍ଟ ଉପରେ ନଜର ରଖିବେ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଚୀନ ଇରାନରେ ତେଲ, ଗ୍ୟାସ ଓ ପେଟ୍ରୋଲିୟମ୍‌ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ବଡ଼ ଧରଣର ନିବେଶ କରିବାକୁ ଯାଉଛି। ଏଥିପାଇଁ ୨୮୦ ବିଲିୟନ ଡଲାରର ଏକ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହାର ସୁରକ୍ଷା ପାଇଁ ଚୀନ ନିଜ ୫ ହଜାର ସେନାଙ୍କୁ ଇରାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଆଉ ଏଥିପାଇଁ ଇରାନ ମଧ୍ୟ ମଞ୍ଜୁରୀ ପ୍ରଦାନ କରିସାରିଥିବା ଜଣାପଡ଼ିଛି। ଏଥି ପୂର୍ବରୁ ଚୀନ ପାକିସ୍ତାନରେ ମଧ୍ୟ ବଡ଼ ଧରଣର ନିବେଶ କରିସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ