ଭୁଲ୍‌ରେ ଆକାଉଣ୍ଟକୁ ଆସିଲା ୮୬ ଲକ୍ଷ, ଖର୍ଚ୍ଚ କରି ଦମ୍ପତି ଗିରଫ


ହରିଶବର୍ଗ: ପେନସିଲ୍‌ଭାନିଆର ମଣ୍ଟୋସର୍ଭିଲ ସହରରେ ରହୁଥିବା ଜଣେ ଦମ୍ପତି ରବର୍ଟ ଓ ଟିଫିନୀ ଓ୍ବିଲଲିୟମ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟରେ ମେ ୩୧ରେ ଜର୍ଜିଆର ଜଣେ ଗ୍ରାହକ ବିବି ଆଣ୍ଡ ଟି ବ୍ୟାଙ୍କରେ ଭୁଲ୍‌ ଆକାଉଣ୍ଟ ନମ୍ବର ଦେଇ ୧୨୦,୦୦୦ ଡଲାର (ପ୍ରାୟ ୮୬ ଲକ୍ଷ ଟଙ୍କା) ଜମା କରିଦେଇଥିଲେ। ପରେ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ନ ଆସିବାରୁ ଯୁବକ ଜଣକ ବ୍ୟାଙ୍କ ସହ ସମ୍ପର୍କ କରିଥିଲେ। ଯାଞ୍ଚ ପରେ ଜଣାପଡିଥିଲା ଯେ ଉକ୍ତ ଟଙ୍କା ରର୍ବଟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି। ହେଲେ ସେତେବେଳକୁ ରବର୍ଟ ଓ ତାଙ୍କ ସ୍ତ୍ରୀ ବ୍ୟାଙ୍କକୁ ଏ ନେଇ ସୂଚନା ଦେବା ପରିବର୍ତ୍ତେ ସେହି ଟଙ୍କାକୁ ଖର୍ଚ୍ଚ କରିଦେଇଥିଲେ। ଏନେଇ ସ୍ଥାନୀୟ ଥାନାରେ ଯୁବକ ଜଣକ ଅଭିଯୋଗ କରିଥିଲେ। ଦମ୍ପତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୋମବାର ଜିଲା କୋର୍ଟରେ ଏହି ମାମଲାରେ ଶୁଣାଣି ହୋଇଛି। ୨୫,୦୦୦ ଡଲାର ଜମା କରିବା ପରେ କୋର୍ଟ ଏହି ଦମ୍ପତିଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ