ପାକ୍‌ ମନ୍ତ୍ରୀ ମାନିଲେ ଜମ୍ମୁ-କଶ୍ମୀର ଭାରତୀୟ ରାଜ୍ୟ


ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରକୁ ନେଇ ପାକିସ୍ତାନ ରକ୍ତ ଚାଉଳ ଚୋବାଉଥିଲା ବେଳେ ତାଙ୍କ ଦେଶର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ନିଆଁରେ ଘିଅ ଢ଼ାଳିଛନ୍ତି। କଶ୍ମୀର ପ୍ରସଙ୍ଗରେ ସାମ୍ବାଦିକମାନେ କୁରେଶୀଙ୍କ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା ବେଳେ ସେ ମାନିଥିଷଲ ଯେ କଶ୍ମୀର ହେଉଛି ଭାରତୀୟ ରାଜ୍ୟ। ଯାହାକୁ ନେଇ ଦିନ ତମାମ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଯେ କାହିଁକି ଏପରି ବୟାନ ଦେଲେ, ତାହାକୁ ନେଇ ମଧ୍ୟ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି।

ଗଣମାଧ୍ୟମ କଶ୍ମୀର ନେଇ ବିଭିନ୍ନ ପ୍ରଶ୍ନ କରିବା ବେଳେ କୁରେଶୀ କହିଥିଲେ ଯେ ଭାରତ ଦାବି କରୁଛି ଯେ କଶ୍ମୀରରେ ମାନବିକ ଅଧିକାର ଉଲ୍ଲଙ୍ଘନ ହେଉ ନାହିଁ। ତାହେଲେ କ’ଣ ପାଇଁ ସାମାଜିକ କର୍ମୀଙ୍କୁ କଶ୍ମୀର ପ୍ରବେଶ ଉପରେ ରୋକ ଲଗାଇଛି। କେବଳ ସାମାଜିକ କର୍ମୀ ନୁହନ୍ତି କଶ୍ମୀରରେ କ’ଣ ଚାଲିଛି, ତାହା ଜାଣିବା ପାଇଁ ବିଦେଶୀ ଗଣମାଧ୍ୟମ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ମାତ୍ର ଭାରତ ସରକାର କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କଶ୍ମୀର ଯିବା ପାଇଁ ଅନୁମତି ଦେଉ ନାହାନ୍ତି।

କଶ୍ମୀରରେ ମାନବିକ ଅଧିକାର ଉଲ୍ଲଙ୍ଘନ ହେଉଛି। ସେଠାରେ ଲୋକଙ୍କୁ ନିର୍ଯାତନା ଦିଆଯାଉଛି। ମାତ୍ର ଏହାକୁ ବିଶ୍ବ ରାଷ୍ଟ୍ର ସମୂହର ଦୃଷ୍ଟିରୁ ଦୂରେଇ ରଖିବା ପାଇଁ ଭାରତ ସେଠାରେ ଦମନ ମୂଳକ ନୀତି ଆପଣାଇଛି ବୋଲି କୁରେଶୀ ଅଭିଯୋଗ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ