ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ


ଜଗତ୍‌ସିଂହପୁର: ୨୦୧୮ ମର୍ଚ୍ଚ ମାସରେ ଘଟିଥିବା ଜଗତ୍‌ସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡ଼ହରିଶପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ମିଳିଛି ଫାଶୀ ଦଣ୍ଡାଦେଶ। ଘଟଣାର ଦେଢ଼ ବର୍ଷ ପରେ ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା(୨୬) ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ରାୟ ପ୍ରକାଶ ପାଇବା ପରେ ମୃତ ନାବାଳିକାଙ୍କ ବାପା, ମା’ ଓ ଭଉଣୀ ନ୍ୟାୟପାଳିକା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଯେଉଁ ଦିନ ଅଭିଯୁକ୍ତ ବେକରେ ଫାଶୀ ଲାଗିବ, ସେଦିନ ଝିଅର ଆତ୍ମା ଶାନ୍ତି ପାଇବ ବୋଲି କୋହଭରା କଣ୍ଠରେ ସେମାନେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୨୧ ମାର୍ଚ୍ଚ ୨୦୧୮ରେ ଘଟିଥିଲା ଏହି ଘଟଣା। ଏରସମା ଥାନା ଅନ୍ତର୍ଗତ ଗଡ଼ହରିଶପୁର ଗାଁ ଦାଣ୍ଡରେ ଖେଳୁଥିଲେ ନାବାଳିକା। ଏହି ସମୟରେ ଚକୋଲେଟ୍‌ର ଲୋଭ ଦେଖାଇ ଅଭିଯୁକ୍ତ କାଳିଆ ନାବାଳିକାକୁ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ତାକୁ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା କରି ଫିଙ୍ଗି ଦେଇଥିଲା। ପରେ ଅଭିଯୁକ୍ତ ମୃତଦେହ ଉପରେ ଡାଳ ପତ୍ର ପକାଇ ଦେଇ ଦେଇ ଗାଁରୁ ଫେରାର୍‌ ହୋଇଯିବାକୁ ଉଦ୍ୟମ କରିଥିଲା। ଏହା ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଥଇଲା। ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ କରିଥିଲେ ଲୋକେ। ପରିବାର ଲୋକଙ୍କ ଏତଲାକୁ ଭିତ୍ତିକରି ଏରସମା ଥାନା ପୋଲିସ୍‌ ମାମଲା ରୁଜୁ କରି କଟକ ବାଦାମବାଡ଼ିରୁ ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ରାୟ ଆଜି ମଙ୍ଗଳବାର ପ୍ରକାଶ ପାଇଛି। ଜଗତ୍‌ସିଂହପୁର ଏଡିଜେ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ଡ. ମୁନରାଣୀ ମିଶ୍ର ଅଭିଯୁକ୍ତ ଗଡ଼ହରିପୁରର କାଳିଆକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ