୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌


କେନ୍ଦୁଝର ନାବାଳିକା ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ। ଦୁଷ୍କର୍ମ ମାମଲରେ ୬ ଅଭିଯୁକ୍ତଙ୍କୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୗରା ଜଜ୍‌ କୋର୍ଟ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। କେନ୍ଦୁଝର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ ଭରତ ହେସା, ମନୋଜ ନାଏକ, ବୁଲୁ ପାତ୍ର, ସୋନି ମହାକୁଡ଼, ଶ୍ରୀରାମ ଓରାମ ଓ ଝାଣ୍ଡୁ ମୁଣ୍ଡାଙ୍କୁ ଉପରୋକ୍ତ ଦଣ୍ଡ ବିଧାନ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୫ରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା। ଏକ ଜଙ୍ଗଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ହାଟରୁ ଫେରିବା ରାସ୍ତାରେ ନାବାଳିକାଙ୍କ ସହ ଏହି ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା। ନାବାଳିକା ଜଣକ ସଂଜ୍ଞା ହରାଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ନାବାଳିକାକୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍‌ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଏହି ମାମଲାରେ ରାୟ ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ