କାର୍‌ ଧକ୍କାରେ ୨ ଛାତ୍ର ମୃତ


ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ୍‌ଷ୍ଟାଣ୍ଡ୍‌ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସାଇକେଲରେ ଯାଉଥିବା ୨ ଜଣ ଛାତ୍ରଙ୍କୁ ଧକ୍କା ଦେଇଛି ଏକ କାର୍‌। ଫଳରେ ୨ ଜଣ ଛାତ୍ର ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେମାନେ ହେଲେ କୁଆଁସ ଗ୍ରାମର ୮ମ ଶ୍ରେଣୀରେ ପଢ଼ୁଥିବା ସୁମିତ ସାହୁ ଓ କୁଆଁସରେ ଭଡ଼ାରେ ରହୁଥିବା ୧୦ମ ଶ୍ରେଣୀ ଛାତ୍ର ଶୁଭଙ୍କର ମଲ୍ଲିକ।

ସୂଚନାଯୋଗ୍ୟ, ମଙ୍ଗଳବାର ଭୋର୍‌ ସମୟରେ ସୁମିତ ଓ ଶୁଭଙ୍କର ୨ଟି ସାଇକେଲ୍‌ ଯୋଗେ ରାଜପଥକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଟାଉନ ଥାନା ପୋଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ୍‌ ୨ଟି ସାଇକେଲ ଜବତ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍‌ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ