ଏକା ଦିନରେ ୟୁଏନ୍‌ ଆସେମ୍ଲିକୁ ସମ୍ବୋଧିତ କରିବେ ମୋଦି ଓ ଇମ୍ରାନ


ଆସନ୍ତା ସେପ୍ଟେମ୍ବର ୨୭ରେ ୟୁଏନ୍‌ ଜେନରାଲ ଆସେମ୍ଲିର ଅଧିବେଶନ ହେବ। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନ୍‌ ଜେନରାଲ ଡିବେଟ୍‌ର ୭୪ତମ ଅଧିବେଶନକୁ ସମ୍ବୋଧିତ କରିବେ। ତେବେ ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ମଧ୍ୟ ଉପସ୍ଥିତ ରହିବେ ଓ ମୋଦିଙ୍କ ପରେ ପରେ ସେ ଉକ୍ତ ଅଧିବେଶନକୁ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ, ୨୦୧୪ରେ ମଧ୍ୟ ମୋଦି ୟୁଏନ୍‌ ଅଧିବେଶନକୁ ସମ୍ବୋଧିତ କରିଥିଲେ। ମୋଦିଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ସେକେଣ୍ଡ ଇନିଙ୍ଗସରେ ସେ ଦ୍ୱିତୀୟ ଥର ଲାଗି ଏହି ସଭାକୁ ସମ୍ବୋଧିତ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ