ଡୋରିଆନରେ କ୍ଷତିଗ୍ରସ୍ତ ବାହାମାସକୁ ଭାରତର ୧୦ ଲକ୍ଷ ଡଲାରର ସହାୟତା


ହରିକେନ ଡୋରିଆନର ତାଣ୍ଡବ ଲୀଳା କାରଣରୁ ବାହାମାସରେ ବହୁଳ ମାତ୍ରାରେ କ୍ଷୟକ୍ଷତି ହୋଇଛି। ଭାରତ ରବିବାର ଦିନ ଏହି ଦ୍ଵୀପ ଦେଶକୁ ୧୦ ଲକ୍ଷ ଡଲାରର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବୀଶ କୁମାର ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଟ୍ଵିଟ୍‌ କରି କହିଛନ୍ତି, ହରିକେନ ଡୋରିଆନ କାରଣରୁ ବାହାମାସରେ ହୋଇଥିଲା ଭୀଷଣ କ୍ଷତିରେ ଆମେ ଦୁଃଖୀ। ଏହି କଠିନ ସମୟରେ ବାହାମାସର ମିତ୍ର ଲୋକମାନଙ୍କ ପାଇଁ ଭାରତ ସରକାର ୧୦ ଲକ୍ଷ ଡଲାରର ତତ୍କାଳ ସହାୟତା ପ୍ରଦାନ କରିଛନ୍ତି।

ଡୋରିଆନ ପଞ୍ଚମ ଶ୍ରେଣୀର ଝଡ଼ ଭାବରେ ୧ ସେପ୍ଟେମ୍ବରରେ ବାହାମାସରେ ସ୍ଥଳଭାଗ ଛୁଇଁବା ପରେ ଏଠାରେ ପବନର ବେଗ ୨୯୫ କିଲୋମିଟର ପ୍ରତି ଘଣ୍ଟା ଥିଲା। ଏହି ଝଡ଼ରେ ମୃତକଙ୍କର ସଂଖ୍ୟା ବର୍ତ୍ତମାନ ୪୩ ଅଟେ। କିନ୍ତୁ ଅଧିକାରୀମାନଙ୍କ କହିବା ଅନୁଯାୟୀ ଶହଶହ ଶବ ଏବେ ମଧ୍ୟ ବିଭିନ୍ନ ଜାଗାରେ କଢ଼ାଯିବାକୁ ବାକୀ ଅଛି। ସଂଯୁକ୍ତ ରାଷ୍ଟ୍ରର ଅଧିକାରୀମାନେ କହିଛନ୍ତି କି ଗ୍ରାଣ୍ଡ ବାହାମାସ ଏବଂ ଅବକାଓ ଦ୍ଵୀପରେ ପ୍ରାୟତଃ ୭୦,୦୦୦ ଲୋକମାନଙ୍କୁ ସହାୟତାର ଆବଶ୍ୟକତା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ