ପୁଣି ଚର୍ଚ୍ଚାରେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା: ଅଡୁଆରେ ପଡ଼ିପାରନ୍ତି କମଲନାଥ


ପୁଣି ଥରେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ବିଚାର କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଘୋଷଣା କରିଛି। ଏସ୍‌ଆଇଟି ତଦନ୍ତ ଜରିଆରେ ଖସି ଯାଇଥିବା ଦୋଷୀଙ୍କୁ ଦଣ୍ଡବିଧାନ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଚାହୁଁଛି ବୋଲି ସ୍ପଷ୍ଟ କରିଛି। ବିଶେଷକରି ପ୍ରମାଣ ଅଭାବରୁ ତଦନ୍ତ ବନ୍ଦ ହୋଇଥିବା ୭ଟି ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ସାନି ତଦନ୍ତ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପ୍ରକାଶ କରିଛି।

ଏହିପରି ଏକ ସ୍ଥିତିରେ ଦିଲ୍ଲୀର ବିଜେପି ବିଧାୟକ ମନଜିନ୍ଦର ସିଂହ ସିର୍ସା କହିଛନ୍ତି ଯେ ଏହି ମାମଲା ରିଓପନ ହେବାକୁ ଯାଉଥିବାବେଳେ ୭ଟି ମାମଲା ମଧ୍ୟରୁ ଗୋଟିଏରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଫସିବାର ସମ୍ଭାବନା ରହିଛି। କାରଣ ପ୍ରମାଣ ଅଭାବରୁ ଖସିଥିବା ୫ ଜଣ ଶିଖ୍‌ ବିରୋଧୀ ଦଙ୍ଗାକାରୀଙ୍କୁ କମଲନାଥ ସେତେବେଳେ ତାଙ୍କ ବାସଭବନରେ ରହିବା ପାଇଁ ଅନୁମତି ଦେଇଥିଲେ। ଯଦିଓ ପୂର୍ବରୁ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ କମଲନାଥଙ୍କ ନାଁ ନାହିଁ, ତଥାପି ମାମଲା ରିଓପନ ହେଲେ କମଲନାଥ ଜେଲ୍‌ ଯିବା ସମ୍ଭାବନା ରହିଛି। କାରଣ ଦୁଇଜଣ ବ୍ୟକ୍ତି ଏନେଇ ସାକ୍ଷୀ ଦେବେ ବୋଲି ତାଙ୍କ ସହ ଯୋଗାଯୋଗ କରିଥିବା ସିର୍ସା କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ଶିଖ୍‌ ଦେହରକ୍ଷୀ ଗୁଳିକରି ହତ୍ୟା କରିବା ପରେ ଦଙ୍ଗା ସୃଷ୍ଟି ହୋଇଥିଲା। ଯେଉଁ ଦଙ୍ଗାରେ ୩ ହଜାର ୩୨୫ ଶିଖ୍‌ ପ୍ରାଣ ହରାଇଥିଲେ। ଏହାମଧ୍ୟରୁ କେବଳ ଦିଲ୍ଲୀରୁ ୨୭୩୩ ଜଣ ପ୍ରାଣ ହରାଇଥିଲା ବେଳେ ଉତ୍ତର ପ୍ରଦେଶ, ହରିୟାଣା, ମଧ୍ୟ ପ୍ରଦେଶ, ମହାରାଷ୍ଟରେ ଅବଶିଷ୍ଟ ଶିଖ୍‌ ଦଙ୍ଗାର ଶିକାର ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ