ପୁରୀରେ ଡବଲ୍ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରଧୀ ବିଶୁ ଓ ଟିକି ମିଆଁ ଆହତ


ପୁରୀ ଜିଲ୍ଲାରେ ଡବଲ ଏନ୍‌କାଉଣ୍ଟର ହୋଇଛି। ଗତ ରାତିରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରଧୀ ଆହତ ହୋଇଛନ୍ତି।  ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍।

ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ତାଳବଣିଆ ଥାନା ଅଞ୍ଚଳରେ ଥିବା ନେଇ ପୋଲିସ ଖବର ପାଇଥିଲା। ଏହାପରେ କୁମ୍ଭାରପଡ଼ା ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ପୋଲିସ ବିଶୁକୁ ଏନ୍‌କାଉଣ୍ଟର କରିଥିଲା। ପୋଲିସ ତା’ଠାରୁ ଗୋଟିଏ ବନ୍ଧୁକ, ଗୁଳି ସହ ଏକ ବାଇକ ଜବତ କରିଛି। ବିଶୁ ଦୀର୍ଘ ଦିନ ଧରି କୋରେକ୍ସ ଓ ବ୍ରାଉନ ସୁଗର ମାଫିଆ ଥିଲା।

ସେହିପରି ବାଲି ମାଫିଆ ଟିକି ଖାଁକୁ ବାଶେଳି ଥାନା ପୋଲିସ ଏନ୍‌କାଉଣ୍ଟର କରିଛି। ଗତକିଛି ଦିନ ହେଲା ସିପସରୁ ବାଲି ଅଞ୍ଚଳରୁ ଟିକି ଖାଁ ବାରମ୍ୱାର ବାଲି ଉଠାଉଥିବା  ଖବର ପାଇ ପୁଲିସ୍‌ ତାକୁ ଜଗି ରହିଥିଲା। ତେବେ ଗତ ରାତିରେ ବାଲି ଚୋରା ଚାଲାଣ କରାଯାଉଥିବା ସମୟରେ ପୋଲିସ ଚଢଉ କରିଥିଲା। ହେଲେ ଟିକି ଖାଁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବରେ ପୁଲିସ୍‌ର ଗୁଳି ମାଡ଼ରେ ଟିକି ଖାଁ ଆହତ ହୋଇଛି। ତାକୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ମାତ୍ର ସେଠାରେ  ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।  ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଟିକି ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି।  ପୋଲିସ ତା’ଠାରୁ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ