ଆଶା ହରାଇନି ଇସ୍ରୋ: ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ଉଦ୍ୟମ ଜାରି


ବେଙ୍ଗାଳୁରୁ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ଇସ୍ରୋ ପକ୍ଷରୁ ଉଦ୍ୟମ ଜାରି ରହିଛି। ଇସ୍ରୋ ଏବେ ବି ଯୋଗାଯୋଗ ସ୍ଥାପନ ନେଇ ଆଶାବାଦୀ ବୋଲି ଜଣେ ବୈଜ୍ଞାନିକ ପ୍ରକାଶ କରିଛନ୍ତି। ଲ୍ୟାଣ୍ଡର ‘ବିକ୍ରମ’ ଭିତରେ ରୋଭର ‘ପ୍ରଜ୍ଞାନ’ ରହିଛି। ଅର୍ବିଟରରୁ ମିଳିଥିବା ଫଟୋ ଅନୁସାରେ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି। ମାତ୍ର ଲ୍ୟାଣ୍ଡର ‘ବିକ୍ରମ’ କେତେ ସୁରକ୍ଷିତ ରହିଛି, ତାହା ଜାଣିବା ସମ୍ବବ ହୋଇନାହିଁ। ଚନ୍ଦ୍ରପୂଷ୍ଠରୁ ୨.୧ କିମି ଉପରୁ ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ଛିନ୍ନ ହେବା ପରେ ଏହା ହାର୍ଡ ଲ୍ୟାଣ୍ଡିଂ କରିଥିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଅର୍ବିଟର ଫଟୋରୁ ସତ୍ୟ ପ୍ରମାଣିତ ହୋଇଛି।

ମାତ୍ର ହାର୍ଡ ଲ୍ୟାଣ୍ଡିଂ କରିଥିବା ‘ବିକ୍ରମ’ ଭାଙ୍ଗି ନାହିଁ। ଏହା ସିଙ୍ଗଲ ପିସ୍‌ ହୋଇ ରହିଛି। ତେଣୁ ଏହା ଭିତରେ ରୋଭର ‘ପ୍ରଜ୍ଞାନ’ ରହିଛି। ଲ୍ୟାଣ୍ଡର ‘ବିକ୍ରମ’ର ଆୟୁଷ ଗୋଟିଏ ଚନ୍ଦ୍ର ଦିନ ଅର୍ଥାତ ପୃଥିବୀ ପୃଷ୍ଠର ୧୪ ଦିନ ସହ ସମାନ। ଲ୍ୟାଣ୍ଡର ‘ବିକ୍ରମ’ ଭିତରେ ଥିବା ବ୍ୟାଟେରୀ ୧୪ ଦିନ କାର୍ଯ୍ୟ କରିବାରେ କୌଣସି ଅସୁବିଧା ନାହିଁ।

ମାତ୍ର ‘ବିକ୍ରମ’ ସହ ଯୋଗାଯୋଗ ନିଶ୍ଚିତ କରିହେବ ବୋଲି ଏବେଠାରୁ କହି ହେବ ନାହିଁ। ଏପରିକି ‘ବିକ୍ରମ’ ହାର୍ଡ ଲ୍ୟାଣ୍ଡିଂ କରିଥିବାରୁ ଯୋଗାଯୋଗ କରିବା ସମ୍ଭାବନା କ୍ଷୀଣ ବୋଲି କୁହାଯାଇଛି। ମାତ୍ର ଯଦ କୌଣସି ପରିସ୍ଥିତିରେ ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗଯୋଗ ସମ୍ଭବ ହୋଇପାରିଲା, ତାହେଲେ ଭାରତର ଚନ୍ଦ୍ରଯାନ-୨ ମିଶନ ଶହେ ପ୍ରତିଶତ ସଫଳ ହେଲା ବୋଲି ଇସ୍ରୋ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ