ତାଲିବାନ ସହ ଶାନ୍ତି କଥାବାର୍ତ୍ତା ରବ୍ଦ କଲେ ଟ୍ରମ୍ପ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନ ଓ ତାଲିବାନ ନେତାଙ୍କ ସହ ଚାଲିଥିବା ଶାନ୍ତି କଥାବାର୍ତ୍ତାକୁ ରବ୍ଦ କରିବା ପାଇଁ ଘୋଷଣା କରିଛନ୍ତି। କାବୁଲରେ ହୋଇଥିବା କାର୍ ବୋମା ବିସ୍ଫୋରଣ ପରେ ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ଜଣେ ଆମେରିକା ସୈନିକଙ୍କ ସହ ମୋଟ ୧୨ ଜଣ ପ୍ରାଣ ହରାଇଥିଲେ। ତାଲିବାନ ଏହି ଘଟଣାରେ ନିଜକୁ ଦାୟୀ କରିଥିଲା।

ଟ୍ରମ୍ପ ଆଜି ସକାଳେ ଟ୍ୱିଟ୍‌ କରି କହିଛନ୍ତି ଯେ ତାଲିବାନ ଓ ଆଫଗାନିସ୍ତାନର ଲୋକତାନ୍ତ୍ରିକ ନେତା ତାଙ୍କୁ ସାକ୍ଷାତ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା। ଏଥି ପାଇଁ ସେମାନେ ଆଜି ଆମେରିକା ଆସିଥାନ୍ତେ। କିନ୍ତୁ ଏହାକୁ ବନ୍ଦ କରାଯାଇଛି। ଏହାର କାରଣ ବାବଦରେ ମଧ୍ୟ ଟ୍ରମ୍ପ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଲିବାନ ଆତଙ୍କବାଦୀମାନେ କାବୁଲରେ ଏକ ବୋମା ବିସ୍ଫୋରଣ କରିଥିଲେ। ଯେଉଁଥିରେ ଜଣେ ଆମେରିକୀୟ ଯବାନଙ୍କ ସହ ୧୨ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ତେଣୁ ସେ ସଙ୍ଗେସଙ୍ଗେ ବୈଠକ ଓ ଶାନ୍ତି ବାର୍ତ୍ତା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏମାନେ ନିଜ ଫାଇଦା ପାଇଁ କିପରି ଏତେ ସଂଖ୍ୟକ ଲୋକଙ୍କୁ ମାରି ପାରନ୍ତି ବୋଲି ଟ୍ରମ୍ପ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ, ତାଲିବାନ ସହ ଶାନ୍ତି କଥାବାର୍ତ୍ତା ହେଲେ ଆଫଗାନିସ୍ତାନରେ ମୁତୟନ ହୋଇଥିବା ସୈନିକ ସଂଖ୍ୟାକୁ ୮୬୦୦ କରାଯିବ ବୋଲି କିଛିଦିନ ତଳେ ଟ୍ରମ୍ପ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ