ପାକିସ୍ତାନ ପହଞ୍ଚିଲେ ୧୭ ଜଣିଆ ଆମେରିକା ପ୍ରତିନିଧି ଦଳ


ପାକିସ୍ତାନରେ ଆମେରିକାର ୧୭ ଜଣିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଶନିବାର ପାକିସ୍ତାନରେ ପହଞ୍ଚିଥିବା ପ୍ରତିନିଧି ଦଳ ଆଫଗାନିସ୍ତାନ ସମସ୍ୟା ନେଇ ପାକିସ୍ତାନ ପ୍ରତିପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିବେ। ୧୮ ବର୍ଷ ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟାଇବା ଲାଗି ଆମେରିକା ପ୍ରତିନିଧି ଦଳ ଆଲୋଚନା କରିବେ। ଇତିମଧ୍ୟରେ ତାଲିବାନ ଓ ଆମେରିକା ମଧ୍ୟରେ ୯ ପର୍ଯ୍ୟାୟର ଶାନ୍ତି ଆଲୋଚନା ସରିଛି। ଗତ ୧୩୫ ଦିନ ମଧ୍ୟରେ ଆମେରିକା ଏହାର ୫ ହଜାର ୪ ଶହ ସୈନ୍ୟଙ୍କୁ ଆଫଗାନିସ୍ତାନର ୫ଟି ଶିବିରରୁ ପ୍ରତ୍ୟାହାର କରିନେଇଛି। ଏବେ ଆଫଗାନିସ୍ତାନରେ ଆମେରିକାର ମାତ୍ର ୧୪ ହଜାର ସୈନ୍ୟ ମୁତୟନ ଅଛନ୍ତି। ୨୦୧୧ରେ ଆମେରିକାର ଏକ ଲକ୍ଷ ସୈନ୍ୟ ଆଫଗାନିସ୍ତାନରେ ମୁତୟନ ଥିବାବେଳେ ୨୦୧୭ରେ ଏହା ୮ ହଜାର ୩ ଶହରେ ପହଞ୍ଚିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ