ମୁନ୍‌ ମିଶନ୍‌ ଆମକୁ ଏକାଠି କରିପାରିଛି: ପ୍ରଧାନମନ୍ତ୍ରୀ ମୋଦି


ହରିୟାଣାର ରୋହତକରେ ବିଜେପିର ‘ବିଜୟ ସଂକଳ୍ପ’ ରାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର ମୁନ୍‌ ମିଶନ୍‌ ଉପରେ ମତ ରଖିଛନ୍ତି। ମୋଦି କହିଛନ୍ତି ଯେ ‘ଇସ୍ରୋ ସ୍ପିରିଟ୍‌’ ସମଗ୍ର ଦେଶକୁ ପ୍ରଭାବିତ କରିଛି। ଶନିବାର ଭୋର୍‌ ୧ଟା ୫୦ରେ ମାତ୍ର ୧୦୦ ସେକେଣ୍ଡ ପାଇଁ ସମଗ୍ର ଦେଶବାସୀଙ୍କ ନଜର ଟେଲିଭିଜନ ପରଦା ଉପରେ କେନ୍ଦ୍ରୀଭୂତ ହୋଇଥିଲା। ସଫଳତା ବା ବିଫଳତା କଥା ଭୁଲି ସମସ୍ତେ ‘ଇସ୍ରୋ’ ସ୍ପିରିଟ୍‌ରେ ବାନ୍ଧି ହୋଇଯାଇଥିଲେ। ଏହା ଦେଶପାଇଁ ଗୋଟିଏ ବଡ଼ ଉପଲବ୍ଧି ବୋଲି ମୋଦି ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି।

ବିଜ୍ଞାନ କେବେ ବିଫଳ ହୁଏ ନାହିଁ କି ବୈଜ୍ଞାନିକ କେବେ ହାରନ୍ତି ନାହିଁ। ସବୁ ବିଫଳତାରୁ ମଧ୍ୟ ନୂଆ ଜ୍ଞାନକୌଶଳ ବାହାରି ଥାଏ। ଆମେ ଆଗକୁ ଏହି ଚନ୍ଦ୍ରଯାନ ମିଶନକୁ ନିଶ୍ଚିତ ସଫଳ କରିବୁ ବୋଲି ମୋର ଆଶା ଓ ବିଶ୍ବାସ ସୃଷ୍ଟି ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ ହରିୟାଣାରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପିର ତମାମ ନେତୃବୃନ୍ଦ ପ୍ରଚାର କରୁଥିଲା ବେଳେ ମୋଦି ନିର୍ବାଚନ ପ୍ରଚାର କରିବା ଅବସରରେ ଏପରି ମତ ରଖି କର୍ମୀଙ୍କୁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ