ଧାରା ୩୭୧ରେ ସରକାର ହାତ ମାରିବେ ନାହିଁ: ଶାହ


ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ (ଏନ୍‌ଇସି) ର ୬୮ତମ ପ୍ଲେନାରୀ ସେସନ୍‌ରେ ଭାଗ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଧାରା ୩୭୧ ଉଚ୍ଛେଦ ହେବା ନେଇ ଅପପ୍ରଚାର ଚାଲିଛି। ମାତ୍ର ସେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହାନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଧାରା ୩୭୧ରେ କେନ୍ଦ୍ର ସରକାର କୌଣସି ସଂଶୋଧନ କରିବେ ନାହିଁ। ଏନେଇ ଯାହା କିଛି ପ୍ରଚାର କରାଯାଉଛି, ତାହା ବିଭ୍ରାନ୍ତିକର। ଧାରା ୩୭୦ ଓ ଧାରା ୩୭୧ ମଧ୍ୟରେ ଅନେକ ଫରକ ରହିଛି। ତେଣୁ ଧାରା ୩୭୧କୁ ଧାରା ୩୭୦ ସହ ତୁଳନା କରିବାର କୌଣସି ଆବଶ୍ୟକତା ନାହିଁ।

ଏଥିସହ ଶାହ ଆହୁରି କହିଛନ୍ତି ଯେ ଶରଣାର୍ଥୀଙ୍କ ପାଇଁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଯେଉଁ ସବୁ ସମସ୍ୟାକୁ ସାମ୍ନା କରିଛନ୍ତି, ତାହା ଆଉ ଆଗକୁ ଦେଖିବାକୁ ମିଳିବ ନାହିଁ। ବେଆଇନ ଭାବେ ଅନୁପ୍ରବେଶ କରିଥିବା କୌଣସି ବ୍ୟକ୍ତିଙ୍କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ରହିବାକୁ ଅନୁମତି ମିଳିବ ନାହିଁ। କାରଣ ଏହି ବେଆଇନ ଅନୁପ୍ରବେଶ ପାଇଁ ଏହି ରାଜ୍ୟମାନଙ୍କରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଅନେକ ନଜିର ରହିଛି।

ଅତୀତରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଆତଙ୍କବାଦ, ନିଶା କାରବାର, ବେଆଇନ ଅନୁପ୍ରବେଶ, ଦଙ୍ଗାକୁ ନେଇ କୁଖ୍ୟାତି ଅର୍ଜନ କରିଥିଲା। ମାତ୍ର କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ଏବେ ଏଠାରେ ବିକାଶ ଦ୍ରୁତ ଗତିରେ ହେବାରେ ଲାଗିଛି ବୋଲି ଶାହ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ