ସବୁ ଦୁଆର ବାଡ଼ଉଛି ପାକିସ୍ତାନ, ହେଲେ ସଭିଙ୍କ ଭାରତକୁ ସମର୍ଥନ: ଜାଭଡେକର


ମୋଦି ସରକାରଙ୍କ ଦ୍ବିତୀୟ ଇନିଂସକୁ ୧୦୦ ଦିନ ପାଳନ ହୋଇଥିଲା ବେଳେ ରାଜଧାନୀରେ ଅନେକ ଉତ୍ସବ ଆୟୋଜିତ ହୋଇଛି। ଏହି ଅବସରରେ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ବିଶ୍ବର ଅନେକ ରାଷ୍ଟ୍ରଙ୍କ ଦୁଆର ଠକ୍‌ ଠକ୍‌ କରି ଗୁହାରି କରିଛି। ଏପରିକି ମିଳିତ ଜାତିସଂଘର ମଧ୍ୟ ଦ୍ବାରସ୍ଥ ହୋଇଛି। ମାତ୍ର ବିଶ୍ବର ସବୁ ରାଷ୍ଟ୍ର ଭାରତର କାଶ୍ମୀର ନୀତିକୁ ସମର୍ଥନ ଜଣାଇଛନ୍ତି। ଏହା ମୋଦି ସରକାରଙ୍କ ଦ୍ବିତୀୟ ଇନିଂସର ସବୁଠାରୁ ବଡ଼ ସଫଳତା ବୋଲି ଜାଭଡେକର କହିଛନ୍ତି।

ଧାରା ୩୭୦ ପାଇଁ କଶ୍ମୀରବାସୀ ଯେଉଁସବୁ ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ, ଏବେ ତାହା ପାଇବାକୁ ହକ୍‌ଦାର। ରାଜ୍ୟରେ ପ୍ରକୃତ ବିକାଶ ହେବାକୁ ଯାଉଛି। ଶିକ୍ଷା, ସୂଚନାଧିକାର, ସଂରକ୍ଷଣ ଓ ପଞ୍ଚାୟତ ନିର୍ବାଚନକୁ ନେଇ ଥିବା ପ୍ରତିବନ୍ଧକ ସବୁ ଦୂର ହେବାକୁ ଯାଉଛି। ଏଥିସହ ଜାଭେଡେକର ମୋଦି ସରକାର ତାଙ୍କର ଦ୍ବିତୀୟ ଇନିଂସର ପ୍ରଥମ ୧୦୦ ଦିନରେ ଆଉ କ’ଣ ସବୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଓ ଏହାଦ୍ବାରା ସାଧାରଣ ଲୋକେ କି ଉପକାର ସବୁ ପାଇଛନ୍ତି, ସେ ସମ୍ପର୍କିତ ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ