ଦୁବାଇ ଓ ଦୋହାରେ ଦୃଶ୍ୟମାନ ନୀଳ ରଙ୍ଗର ସଡ଼କ, ଜାଣନ୍ତୁ କାରଣ


ଆପଣ ଆଜି ପର୍ଯ୍ୟନ୍ତ କଳା ରଙ୍ଗର ସଡ଼କ ଦେଖିଛନ୍ତି। କିନ୍ତୁ ଏଠାରେ ଆପଣଙ୍କୁ ଏପରି କେତେକ ସହର ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି ଆପଣ ଏବେ ନୀଳ ରଙ୍ଗର ସଡ଼କ ଦେଖିବାକୁ ପାଇବେ। ୟୁନାଇଟେଡ୍‌ ଆରାବ ଏମିରେଟ୍ସ (ୟୁଏଇ)ର ଦୁବାଇ ଓ କତରର ରାଜଧାନୀ ଦୋହା ସହରରେ ସରକାରଙ୍କ ଦ୍ବାରା ଏବେ ନୀଳ ରଙ୍ଗର ସଡ଼କ ନିର୍ମାଣ କରାଯାଉଛି।

କାହିଁକି ହେଉଛି ନୀଳ ରଙ୍ଗର କୋଟିଂ
ପ୍ରତ୍ୟେକ ଦିନ ବଢ଼ି ଚାଲିଥିବା ଗ୍ଲୋବାଲ ୱାର୍ମିଂକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ବାରା ଏହି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନର ଆରମ୍ଭ ଦୁବାଇରେ ନିଜ ପାରମ୍ପରିକ ସଡ଼କରୁ ହୋଇଛି। ଦୁବାଇ ଓ ଦୋହା ପୂର୍ବରୁ ଲସ୍‌ ଏଞ୍ଜେଲସ୍‌, ଟୋକିଓ, ମକ୍କାରେ ମଧ୍ୟ ସରକାର ସଡ଼କର ରଙ୍ଗ ନୀଳ କରିସାରିଛନ୍ତି। ସୋସାଲ ମିଡିଆରେ ମଧ୍ୟ ଏହି ନୀଳ ରଙ୍ଗର ସଡ଼କକୁ ନେଇ ବହୁତ ଚର୍ଚ୍ଚା ହେବାରେ ଲାଗିଛି।

ନୀଳ ସଡ଼କର ପ୍ରୋଜେକ୍ଟ
ସଡ଼କକୁ ନୀଳ ରଙ୍ଗରେ ରଙ୍ଗାଇବା ଲାଗି ୧୮ ମାସ ଯାଏ ସରକାରଙ୍କ ଦ୍ବାରା ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। ଏଥିପାଇଁ ସଡ଼କରେ ପାଖାପାଖି ୧ ମିମି ମୋଟାର ନୀଳ ପରସ୍ତ ଚଢ଼ା ଯାଇଥିଲା। ଏହି ସଡ଼କ ନିର୍ମାଣ ପଛର ଲୁଚି ରହିଥିବା ଉଦ୍ଦେଶ୍ୟ ହେଉଛି ଲଗାତର ବଢ଼ି ଚାଲିଥିବା ତାପମାତ୍ରାକୁ ନିୟନ୍ତ୍ରିତ କରିବା। ତାପମାତ୍ରା ପରିବର୍ତ୍ତନକୁ ନୋଟିସ୍‌ କରିବା ଲାଗି ସଡ଼କରେ ସେନ୍ସର ମଧ୍ୟ ଲଗାଯାଇଛି।

ଭାରତରେ ବି ଆଗକୁ ଆସିପାରେ
ଏବେ କୁହାଯାଉଛି ଯେ ନୀଳ ସଡ଼କ ସହାୟତାରେ ତାପମାତ୍ରାକୁ ବହୁତ ମାତ୍ରାରେ ନିୟନ୍ତ୍ରିତ କରାଯାଇପାରିବ। ଯଦି ଏହାର ଫଳାଫଳ ଠିକ୍‌ ରହେ ଓ ପରିଣାମ ସକାରାତ୍ମକ ରହେ, ତେବେ ଭାରତରେ ମଧ୍ୟ ଖୁବ୍‌ ଶୀଘ୍ର ନୀଳ ରଙ୍ଗର ସଡ଼କ ଦେଖିବାକୁ ମିଳିପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ