ବର୍ଷାଦିନେ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ନିଅନ୍ତୁ ହୀନାଙ୍କଠାରୁ ଟିପ୍ସ


ଟିଭିର ସବୁଠାରୁ ଷ୍ଟାଇଲିଶ୍‌ ଓ ଗ୍ଲାମରସ୍‌ ଅଭିନେତ୍ରୀଙ୍କ ତାଲିକାରେ ହୀନା ଖାନଙ୍କ ନାମ ସୁବୁବେଳେ ଆଗରେ ରହିଛି। ସେ ସୋସାଲ ମିଡିଆରେ ବହୁତ ଆକ୍ଟିଭ୍‌ ରହିଥାନ୍ତି ଓ ନିଜର ଷ୍ଟାଇଲିଶ୍‌ ଫଟୋ ଶେୟାର କରି ନିଜ ପ୍ରଶଂସକ ତଥା ଫଲୋଅର୍ସଙ୍କୁ ଫ୍ୟାଶନ୍‌ ଗୋଲ୍ସ ଦେଉଥିବା ନଜର ଆସୁଛନ୍ତି। ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ହୀନା, କିନ୍ତୁ ନିଜ ଷ୍ଟାଇଲ୍‌ର ଯାଦୁରେ ସମସ୍ତଙ୍କୁ ଘାଇଲା କରିବାରେ ଲାଗିଛନ୍ତି। ବିଶେଷକରି ୟଙ୍ଗଷ୍ଟରମାନଙ୍କୁ ତାଙ୍କ ଡ୍ରେସିଂ ସେନ୍ସ ବହୁତ ମାତ୍ରାରେ ଅନୁପ୍ରାଣିତ କରୁଛି। ହୀନାଙ୍କ ୱେଷ୍ଟର୍ଣ୍ଣ ଷ୍ଟାଇଲ୍‌ ବହୁତ ସୁନ୍ଦର ହେବା ସହିତ ବୋଲ୍ଡ ଲୁକ୍‌ ମଧ୍ୟ ଦେଇଥାଏ। ବିଶେଷକରି ତାଙ୍କ ଷ୍ଟାଇଲ୍‌ କଲେଜ୍‌ ଯାଉଥିବା ଝିଅମାନେ ଖୁବ୍‌ ପସନ୍ଦ କରିଥାନ୍ତି। ଯଦି ଆପଣ ବର୍ଷାଦିନେ ନିଜକୁ ଫ୍ୟାଶନେବଲ୍‌ ଦେଖାଇବାକୁ ଚାହୁଛନ୍ତି, ତେବେ ହୀନାଙ୍କଠାରୁ ଡ୍ରେସିଂ ଟିପ୍ସ ନେଇପାରିବେ।

ଶର୍ଟସ୍‌
ହୀନାଙ୍କୁ ଅନେକ ସମୟରେ ଶର୍ଟସ୍‌ ପୋଷାକରେ ଦେଖିବାକୁ ମିଳିଥାଏ। ଏହି ପୋଷାକ ଆପଣ ବର୍ଷାଦିନେ ଆରାମରେ ପିନ୍ଧିପାରିବେ। କିଛିଦିନ ତଳେ ହୀନାଙ୍କୁ ଧଳା ରଙ୍ଗର ଡେନିମ୍‌ ଫ୍ୟାବ୍ରିକ୍‌ ଶର୍ଟସ୍‌ ଓ ଫ୍ଲୋରାଲ ପ୍ରିଣ୍ଟର ଷ୍ଟ୍ରେପି ଏ ଲାଇନ୍‌ ଟପ୍‌ସ୍‌ରେ ଦେଖିବାକୁ ମିଳିଥିଲା। ଏହି ପୋଷାକ ସହିତ ହୀନା ଗ୍ରେ ରଙ୍ଗର ସ୍ନିକର୍ସ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ବିନା କୌଣସି ଆସେସରିଜ୍‌ ଓ ମେକ୍‌ଅପ୍‌ରେ ହୀନାଙ୍କ ଏହି ଲୁକ୍‌ ବହୁତ କ୍ୟୁଟ୍‌ ଦେଖାଯାଉଥିଲା।

ବେଲ୍‌ବଟମ୍‌ ପ୍ୟାଣ୍ଟସ୍‌
ହୀନାଙ୍କୁ ବ୍ଲୁ କଲରର ଡେନିମ୍‌ ବେଲବଟମ୍‌ ପ୍ୟାଣ୍ଟସ୍‌କୁ ହ୍ବାଇଟ୍‌ ଓ ବ୍ଲୁ ଷ୍ଟ୍ରାଇପ୍‌ ଥିବା ସ୍ପାଗେଟ୍ଟି ଷ୍ଟାଇଲ୍‌ ଟି-ଶାର୍ଟ ସହିତ ମ୍ୟାଚ୍‌ କରି ପିନ୍ଧିଥିଲେ। ହୀନା ଏହି ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ପୋଷାକ ସହିତ ହଳଦିଆ ରଙ୍ଗର ସାଇଡ୍‌ ସ୍ଲିଙ୍ଗ ବ୍ୟାଗ୍‌ ଓ ବଡ଼ ଷ୍ଟାଇଲିଶ୍‌ ଚଷମା ସହିତ କେଶ ଖୋଲା ରଖିଥିଲେ।

ଟି-ଶାର୍ଟ ଓ ପ୍ୟାଣ୍ଟ

ହୀନାଙ୍କୁ ହ୍ବାଇଟ୍‌ ଟି-ଶାର୍ଟ ଓ ପ୍ରିଣ୍ଟ ଥିବା ଫୁଲ୍‌ ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା। ବିନା ମେକ୍‌ଅପ୍‌ରେ ମଧ୍ୟ ହୀନାଙ୍କ ଏହି ଲୁକ୍‌ ବହୁତ କ୍ୟୁଟ୍‌ ଦେଖାଯାଉଥିଲା। ଚେନ୍‌ ପ୍ରିଣ୍ଟ ଥିବା ଏହି ପ୍ୟାଣ୍ଟକୁ ହୀନା ଧଳା ରଙ୍ଗର ପ୍ଲେନ୍‌ ଟି-ଶାର୍ଟ ଓ ଧଳା ରଙ୍ଗର ସ୍ନିକର୍ସ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ହୀନାଙ୍କ ଏହି ଲୁକ୍‌ ବର୍ଷା ଦିନ ପାଇଁ ଏକ୍‌ଦମ ପରଫେକ୍ଟ।

ଜମ୍ପସୁଟ୍‌

ପିଙ୍କ୍‌ ରଙ୍ଗର ଫ୍ଲୋରାଲ ପ୍ରିଣ୍ଟଯୁକ୍ତ ସ୍ପାଗେଟ୍ଟୀ ଷ୍ଟାଇଲ୍‌ ଜମ୍ପଶୁଟ୍‌ ପିନ୍ଧିଥିବା ହୀନା ବିନା ମେକ୍‌ଅପ୍‌ରେ ମଧ୍ୟ ବହୁତ କ୍ୟୁଟ୍‌ ଦେଖାଯାଉଥିଲେ। ଏବେ ଫ୍ଲୋରାଲ ପ୍ରିଣ୍ଟ ବହୁତ ଟ୍ରେଣ୍ଡରେ ରହିଛି। ଆପଣ ମଧ୍ୟ ହୀନାଙ୍କ ଭଳି ପିଙ୍କ୍‌ ଜମ୍ପଶୁଟ୍‌ ଆପଣ କାଜୁଆଲ ଆଉଟିଂରେ ଟ୍ରାଏ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ