ପ୍ରତିଦିନ ଖାଆନ୍ତୁ ୨ଟି କଦଳୀ, ନିୟନ୍ତ୍ରଣରେ ରହିବ ଚାପ ଓ ରକ୍ତଚାପ


ପୋଷକତତ୍ତ୍ବରେ ଭୂରପୂର କଦଳୀ ସ୍ବାସ୍ଥ୍ୟ ପାଇଁ ଅନେକ ଫାଇଦା ହୋଇଥାଏ। ଗୋଟିଏ କଦଳୀରେ ଆପଣଙ୍କୁ ଭିଟାମିନ୍‌ ବି ୬ର ଦୈନିକ ଆବଶ୍ୟକତାର ୨୦ ପ୍ରତିଶତ ଓ ଭିଟାମିନ୍‌ ସିର ଦୈନିକ ଆବଶ୍ୟକତାର ୧୫ ପ୍ରତିଶତ ଅଂଶ ରହିଛି। ଏହା ଆପଣଙ୍କ ଶରୀରର ଇନ୍‌ସୁଲିନ୍‌, ହିମୋଗ୍ଲୋବିନ୍‌ ଓ ଏମିନୋ ଏସିଡ୍‌ ତିଆରି କରିବାରେ ସାହାଯ୍ୟ କରିଥାଏ। ଏସବୁ ସୁସ୍ଥ କୋଷିକା ନିର୍ମାଣ ପାଇଁ ଆବଶ୍ୟକ ହୋଇଥାଏ। ଚାଲନ୍ତୁ ଜାଣିବା ଯଦି ଆପଣ ଦୈନିକ ୨ଟି ଲେଖାଏଁ କଦଳୀ ଖାଉଛନ୍ତି, ଆପଣଙ୍କ ଶରୀର ଉପରେ କ’ଣ ପ୍ରଭାବ ପଡ଼ିଥାଏ।

ନିୟନ୍ତ୍ରଣରେ ରହିବ ରକ୍ତଚାପ

ଆୟୁର୍ବେଦାଚାର୍ଯ୍ୟ ଡା. ଜିସି ଭଟ୍ଟ କହିଛନ୍ତି ଯେ ପ୍ରତ୍ୟେକ ଦିନ ୨ଟି କଦଳୀ ଖାଇବା ଦ୍ବାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରିତ ରହିଥାଏ। କାରଣ କଦଳୀରେ ପାଖାପାଖି ୪୨୦ ମିଲିଗ୍ରାମ୍‌ ପୋଟାସିୟମ ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ। ଏହା ରକ୍ତ ବାହିକାକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିବା ସହିତ କୋଲେଜନ୍‌ ଉତ୍ପାଦନ ମଧ୍ୟ କରିଥାଏ। କଦଳୀରେ ଥିବା ପୋଟାସିୟମ୍‌ ମାଂସପେଶୀକୁ ଟୁଇଚ୍‌ରୁ ରକ୍ଷା କରିଥାଏ। ଏଥିରେ ଥିବା କାର୍ବୋହାଇଡ୍ରେଟ୍‌ ପର୍ଯ୍ୟାପ୍ତ ଶକ୍ତି ପ୍ରଦାନ କରିଥାଏ।

ଚାପ ଦୂର କରେ
କଦଳୀରେ ଟ୍ରିପ୍ଟୋଫାନ ରହିଛି, ଯାହା ଶରୀରର ସେରୋଟୋନିନ୍‌ ସୃଷ୍ଟି କରିବାରେ ସାହାଯ୍ୟ କରେ। ଗୋଟିଏ କଦଳୀରେ ପାଖାପାଖି ୨୭ ମିଲିଗ୍ରାମ୍‌ ମ୍ୟାଗ୍ନେସିୟମ ରହିଛି। ଏହି ଖଣିଜ ପଦାର୍ଥ ମୁଡ୍‌ ଠିକ୍‌ ରଖିବା ଓ ଉତ୍ତମ ନିଦ ପାଇଁ ସାହାଯ୍ୟ କରେ।

ହଜମ ଶକ୍ତି ବଢ଼ାଏ
କଦଳୀ ସହଜରେ ହଜମ ହୋଇଯାଏ। ଏହା ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନ୍‌ ଟ୍ରାକ୍ଟରେ କୌଣସି ସମସ୍ୟା କରେ ନାହିଁ। କଦଳୀରେ ଅଧିକ ମାତ୍ରାରେ ଫାଇବର ଥିବାରୁ ଏହା ସେବନ କରିବା ଦ୍ବାରା ଦୀର୍ଘ ସମୟ ଯାଏ ଭୋକ ଲାଗେନାହିଁ। କଦଳୀରେ ଥିବା ଷ୍ଟାର୍ଚ ଆପଣଙ୍କ ଭୋକକୁ କମ୍‌ କରିଥାଏ। ଏହାଦ୍ବାରା ଓଜନ ବଢ଼ି ନ ଥାଏ। ଏହା ଆପଣଙ୍କ ସୁଗାର ସ୍ତରକୁ ମଧ୍ୟ କମ୍‌ କରିଥାଏ।

ଆନେମିଆରୁ ରକ୍ଷା କରେ
କଦଳୀରେ ଅନେକଗୁଡ଼ିଏ ଆଇରନ୍‌ ରହିଛି, ଯାହା ଲାଲ ରକ୍ତ କୋଷିକା ଉତ୍ପାଦନକୁ ଉତ୍ତେଜିତ କରିଥାଏ। କଦଳୀରେ ଥିବା ଭିଟାମିନ୍‌ ବି ୬ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ। ଆନେମିଆ ପୀଡ଼ିତ ଲୋକଙ୍କୁ କଦଳୀ ସାହାଯ୍ୟ କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ