ବର୍ଷେ ପରେ ଦେଶକୁ ଫେରିଲେ ଋଷି


ପାଖାପାଖି ବର୍ଷେ ପରେ ବରିଷ୍ଠ ଅଭିନେତା ଋଷି କପୁର ଦେଶକୁ ଫେରିଛନ୍ତି। ସୋମବାର ବିଳମ୍ବିତ ରାତିରେ ଋଷି ନିଜ ପତ୍ନୀ ନୀତୁ କପୁରଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି। ଋଷି ପାଖାପାଖି ଏକ ବର୍ଷ ହେଲାଣି ନ୍ୟୁୟର୍କରେ ରହି କ୍ୟାନ୍ସର ରୋଗର ଚିକିତ୍ସା କରୁଥିଲେ। ଏହି ସମୟରେ ସେ ସୋସାଲ ମିଡିଆରେ ପ୍ରଶଂସକଙ୍କ ସହିତ ଯୋଡ଼ି ହୋଇ ରହୁଥିଲେ। ଏବେ ସେ ମୁମ୍ବାଇ ଫେରୁଥିବା ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ବସ୍ତ ହୋଇଛନ୍ତି। ସେମାନେ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଥିଲେ।

ସୂଚନାଯୋଗ୍ୟ ଯେ ଋଷି ପାଖାପାଖି ଏକ ବର୍ଷ ଧରି ନ୍ୟୁୟର୍କରେ ଥିଲେ। ଚିକିତ୍ସା ସମୟରେ ତାଙ୍କ ସହିତ ପତ୍ନୀ ନୀତୁ କପୁର ମଧ୍ୟ ଥିଲେ। ଏହି ସମୟରେ ବହୁତ ଥର ତାଙ୍କୁ ଭେଟିବା ଲାଗି ରଣବୀର ଓ ଆଲିଆ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ବ୍ୟତୀତ ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ସେମାନଙ୍କୁ ନ୍ୟୁୟର୍କରେ ଭେଟିଥିଲେ। ଅନୁପମ ଖେର ମଧ୍ୟ ଅନେକ ଥର ଋଷିଙ୍କୁ ଭେଟିବାକୁ ଯାଇଥିଲେ। ସୋମବାର ଅନୁପମ ଟ୍ବିଟ୍‌ କରି ଋଷି ଘରକୁ ଫେରୁଥିବାରୁ ଶୁଭକାମନା ଜଣାଇଥିଲେ। ସେହିପରି ଘରେ ପହଞ୍ଚିବା ପରେ ଋଷି ମଧ୍ୟ ନିଜ ଖୁସି ଜାହିର କରିଥିଲେ। ସେ ଟ୍ବିଟ୍‌ କରି ଲେଖିଛନ୍ତି ଦୀର୍ଘ ଦିନ ପରେ ସେ ଘରକୁ ଫେରିଛନ୍ତି। ୧୧ ମାସ ୧୧ ଦିନ ପରେ ସେ ଘରକୁ ଫେରିଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ବୋଲି ଋଷି ଟ୍ବିଟ୍‌ କରିଛନ୍ତି। ଫଟୋଗ୍ରାଫରମାନେ ଯେତେବେଳେ ତାଙ୍କ ଫଟୋ ନେଉଥିଲେ, ଘରକୁ ଫେରିବାର ଖୁସି ଋଷିଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ