ଖୁବ୍‌ଶୀଘ୍ର ଆଈ ମା’ ହେବେ ରବୀନା


ବଲିଉଡ୍‌ର ମସ୍ତ ମସ୍ତ ଗାର୍ଲ ରବୀନା ଟଣ୍ଡନ ଖୁବ୍‌ଶୀଘ୍ର ଆଈ ମା’ ହେବାକୁ ଯାଉଛନ୍ତି। ଯଦିଓ ଏହା ଶୁଣିବାକୁ କିଛିଟା ଅଟପଟା ଲାଗୁଛି, କିନ୍ତୁ ଏହା ସତ ଅଟେ। ନିଜ ଝିଅ ଜୀବନରେ ଆସିବାକୁ ଯାଉଥିବା ଖୁସି ପାଇଁ ରବୀନା ବହୁତ ଖୁସି ଅଛନ୍ତି। କିଛି ଦିନ ତଳେ ରବୀନା ନିଜ ଝିଅର ଗୋଦ ଭରାଇ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମର କେତେକ ଫଟୋ ସୋସାଲ ମିଡିଆରେ ସେ ଶେୟାର କରିବା ପରେ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରବୀନା ନିଜ ଝିଅ ପୂଜା ମଖିଜାଙ୍କ ସହିତ ଫଟୋ ଶେୟାର କରି ଏକ ଭାବନାତ୍ମକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି।

ରବୀନାଙ୍କ ଝିଅ ଏହି ବେବି ଶାୱାର ସମୟର ଏକ ଫଟୋ ଶେୟାର କରି ନିଜ ମା’ଙ୍କ ପାଇଁ ଲେଖିଛନ୍ତି ଯେ ହେବାକୁ ଯାଉଥିବା ଆଈ ମା’ଙ୍କ ପାଇଁ ଚିଅର୍ସ। ଅନେକ ଲୋକ ଆପଣଙ୍କୁ ନିଃସ୍ବାର୍ଥ ପ୍ରେମ ସମ୍ପର୍କରେ କହିଥିବେ, କିନ୍ତୁ ରବୀନା ଟଣ୍ଡନ ଏହା କରି ଦେଖାଇଛନ୍ତି। ପୋଷ୍ୟ ଭାବେ ଗ୍ରହଣ କରିଥିବା ଝିଅର ଗୋଦ ଭରାଇ କାର୍ଯ୍ୟକ୍ରମ ଏତେ ଭଲ ଭାବେ କରିଥିବାରୁ ସେ ବହୁତ ଅଭିଭୂତ ବୋଲି ପୂଜା ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୯୫ରେ ୨୧ ବର୍ଷ ବୟସରେ ରବୀନା ୧୧ ବର୍ଷର ପୂଜା ଓ ୮ ବର୍ଷର ଛାୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହି ଦୁଇଜଣ ରବୀନାଙ୍କ କଜିନ୍‌ଙ୍କ ଝିଅ ଥିଲେ। ତାଙ୍କ କଜିନ୍‌ଙ୍କ ମୃତ୍ୟୁ ପରେ ରବୀନା ଦୁଇ ଝିଅଙ୍କ ଲାଳନପାଳନ ଦାୟିତ୍ବ ନେଇଥିଲେ। ୨୦୦୪ରେ ଅନିଲ ଥଡାନୀଙ୍କୁ ରବୀନା ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ