ଏବେ ଜାପାନ ଯିବ ‘ଗଲି ବୟ’


ବଲିଉଡ୍‌ର ଲୋକପ୍ରିୟ ଅଭିନେତା ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଲି ବୟ’ ଚଳିତ ବର୍ଷ ଅଧିକ ପସନ୍ଦ କରାଯାଇଥିବା ଫିଲ୍ମ ମଧ୍ୟରେ ଅନ୍ୟତମ। ଏହି ଫିଲ୍ମକୁ ଜୋୟା ଅଖତର ନିର୍ଦେଶନା ଦେଇଥିଲେ। ଫିଲ୍ମରେ ରଣବୀର-ଆଲିଆଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲରେ ‘ଗଲି ବୟ’ରେ ପ୍ରିମିଅର କରାଯାଇଥିଲା ଓ ମେଲବର୍ଣ୍ଣରେ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଏହି ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏବେ ଖବର ଶୁଣିବାକୁ ମିଳୁଛି ଅକ୍ଟୋବର ମାସରେ ‘ଗଲି ବୟ’ ଜାପାନରେ ରିଲିଜ୍‌ ହେବାକୁ ଯାଉଛି।

ଏହି ଖବର ଶୁଣିବା ପରେ ରଣବୀର ବହୁତ ଉତ୍ସାହିତ ଅଛନ୍ତି। ରଣବୀର କହିଛନ୍ତି ଯେ ଜାପାନରେ ‘ଗଲି ବୟ’ ରିଲିଜ୍‌ ଖବର ଶୁଣି ସେ ବହୁତ ଖୁସି ଅଛନ୍ତି ଓ ଏଥିପାଇଁ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି। ସେ କେବେ ବି ଜାପାନ ଯାଇ ନାହାନ୍ତି। ଉଦିତ ସୂର୍ଯ୍ୟର ଦେଶ ଜାପାନ ସମ୍ପର୍କରେ ସେ ବହୁତ ଭଲ କଥା ଶୁଣିଛନ୍ତି। ଦିନେ ନା ଦିନେ ସେ ଜାପାନ ଯିବେ ବୋଲି ଆଶା ରଖିଛନ୍ତି। ଜାପାନର ଦର୍ଶକଙ୍କୁ ତାଙ୍କର ଏହି ଫିଲ୍ମ ବହୁତ ପସନ୍ଦ ଆସିବ ବୋଲି ତାଙ୍କର ଆଶା ରହିଥିବା ରଣବୀର କହିଛନ୍ତି।  ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ରଣବୀର, ଆଲିଆଙ୍କ ସହ କଲ୍କି କୋଚେଲିନ୍‌, ସିଦ୍ଧାନ୍ତ ଚତୁର୍ବେଦୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ