ରାଷ୍ଟ୍ରପତି କୋବିନ୍ଦଙ୍କୁ ଆକଶପଥ ବାରଣ କଲା ପାକିସ୍ତାନ


ରାଷ୍ଟ୍ରପତି ରାମନାଥ କୋବିନ୍ଦ ତ୍ରିଦେଶୀୟ ୟୁରୋପ ଗସ୍ତ ପାଇଁ ଆସନ୍ତା ୯ ତାରିଖରେ ଯାତ୍ରା ଆରମ୍ଭ କରିବେ। ରାଷ୍ଟ୍ରପତି କୋବିନ୍ଦ ସ୍ବତନ୍ତ୍ର ଭାବେ ଏକ ଭିଆଇପି ବିମାନରେ ଯାତ୍ରା କରିବାକୁ ଥିବାରୁ ବିଧି ବ୍ୟବସ୍ଥା ଅନୁସାରେ ପାକିସ୍ତାନ ବାୟୁ ସୀମା ଦେଇ ଯିବାକୁ ଥିବାରୁ କୂଟନୈତିକ ସ୍ତରରେ ପାକସ୍ତାନକୁ ଅନୁମତି ମଗାଯାଇଥିଲା। ମାତ୍ର ପାକିସ୍ତାନ ସରକାର ଏହାକୁ ଆଗ୍ରାହ୍ୟ କରିଥିବା ସ୍ପଷ୍ଟ ହୋଇଛି। ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ କହିଛନ୍ତି ଯେ ଭାରତୀୟ ରାଷ୍ଟ୍ରପତି କୋବିନ୍ଦଙ୍କୁ ପାକିସ୍ତାନର ଆକାଶପଥରେ ଦେଇ ଯାତ୍ରା କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନୁମତି ଦେଇ ନାହାନ୍ତି।

ତେଣୁ ରାଷ୍ଟ୍ରପତି କୋବିନ୍ଦ ପାକିସ୍ତାନ ବାୟୁସୀମା ଛାଡ଼ି ଅନ୍ୟ ଆକାଶପଥରେ ଗସ୍ତ କରିବେ। ଏଥିପାଇଁ କୋବିନ୍ଦଙ୍କୁ ଆଉ ଅଧିକ ୫୦ ମିନିଟ୍‌ ବିମାନ ଯାତ୍ରା କରିବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛି। ଆସନ୍ତା ୯ରେ କୋବିନ୍ଦ ଆଇସଲ୍ୟାଣ୍ଡ୍‌, ସ୍ବିଜରଲ୍ୟାଣ୍ଡ୍‌ ଓ ସ୍ଲୋଭେନିଆ ଗସ୍ତ କରିବେ। ଆସନ୍ତା ୧୭ରେ ଫେରିବା ବେଳେ ମଧ୍ୟ ରାଷ୍ଟ୍ରପତି କୋବିନ୍ଦଙ୍କ ବିମାନ ପାକିସ୍ତାନ ଆକାଶପଥ ଦେଇ ଆସିବ ନାହିଁ ବୋଲି କୁହାଯାଇଛି।

ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିଲା ବେଳେ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଆକଶପଥ ବନ୍ଦ କରିବା ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି। ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୨୭ରେ ପାକିସ୍ତାନ ତା’ର ଆକାଶପଥ ଏକପାଖିଆ ଭାବେ ବନ୍ଦ କରି ଗତ ଜୁଲାଇ ୧୬ରେ ପୁଣି ଥରେ କଟକଣା ହଟାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ