ପାକିସ୍ତାନ ଆଚରଣ ବଦଳାଇଲେ କଶ୍ମୀରରୁ ସମ୍ପୂର୍ଣ୍ଣ କଟକଣା ଉଠିବ: ଡୋଭାଲ୍‌


କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ବ୍ୟାପକ ହିଂସକାଣ୍ଡ ଦେଖାଦେଇଛି ବୋଲି ପ୍ରକାଶ ପାଇଥିବା ରିପୋର୍ଟକୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଖଣ୍ଡନ କରିଛନ୍ତି। କେବଳ ଅଗଷ୍ଟ ୬ର ଘଟଣାକୁ ଛାଡ଼ି ଦେଲେ କୌଣସି ଗୋଟିଏ ବି ସ୍ଥାନରେ ହିଂସାକାଣ୍ଡ ଘଟି ନାହିଁ। କଶ୍ମୀର, ଜମ୍ମୁ, ଲଦାଖର ମୋଟ୍‌ ୧୯୯ ପୋଲିସ ଷ୍ଟେସନ ମଧ୍ୟରେ ୧୦ଟିକୁ ଛାଡ଼ି ଦେଲେ ଅନ୍ୟ ସବୁ ସ୍ଥାନରୁ କଟକଣା ହଟାଇ ଦିଆଯାଇଛି। ଲ୍ୟାଣ୍ଡଲାଇନ୍‌ ଫୋନ ସେବା କାର୍ଯ୍ୟ କରୁଛି। ମୋବାଇଲ ବ୍ୟବହାର ସେବାକୁ ସ୍ବାଭାବିକ କରିବାକୁ ଚେଷ୍ଟା କରାଯାଉଛି। ପାକିସ୍ତାନ ଆତଙ୍କବାଦୀ ପ୍ରେରଣ କାର୍ଯ୍ୟ ବନ୍ଦ କରିବା ମାତ୍ରେ କଶ୍ମୀରର ସ୍ଥିତି ସ୍ବାଭାବିକ ହେବାକୁ ସମୟ ଲାଗିବ ନାହିଁ ବୋଲି ଡୋଭାଲ କହିଛନ୍ତି।

ଏଥିସହ ଡୋଭାଲ ଆହୁରି କହିଛନ୍ତି ଯେ ଧାରା ୩୭୦ ବଳରେ କଶ୍ମୀରବାସୀ କିଛି ଉପକାର ପାଉ ନ ଥିଲେ। ବରଂ ଏହି ଧାରା ସେମାନଙ୍କୁ ଦେଶର ୧୦୬ଟି ସୁବିଧାରୁ ବଞ୍ଚିତ କରୁଥିଲା। ଏବେ କଶ୍ମୀରବାସୀ ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ବିକାଶର ଧାରାରେ ସାମିଲ ହେବା ପାଇଁ ସୁଯୋଗ ପାଇବେ ବୋଲି ଡୋଭାଲ କହିଛନ୍ତି। ଧାରା ୩୭୦ ଉଚ୍ଛେଦକୁ କଶ୍ମୀରବାସୀ ବିରୋଧ କରୁ ନାହାନ୍ତି। କେବଳ ପାକିସ୍ତାନ ଏହାକୁ ଏକ ପ୍ରସଙ୍ଗ କରି ବିଭ୍ରାଟ ସୃଷ୍ଟି କରୁଛି ବୋଲି ଡୋଭାଲ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ