ହେଲ୍‌ମେଟ୍‌ ନ ପିନ୍ଧି କାର୍‌ ଚଳାଇବାରୁ ଜରିମାନା!


ସେପ୍ଟେମ୍ୱର ୧ରୁ କଡ଼ାକଡ଼ି ହୋଇଛି ନୂଆ ମୋଟର ଭେଇକିଲ୍ ଆକ୍ଟ। ତିନିରୁ ଚାରି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ନିୟମ କଡ଼ାକଡ଼ି ରହିଛି। ଯାହାକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଏହାରି ଭିତରେ ପୋଲିସ୍‌ର ଏକ ବଡ଼ ଭୁଲ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ଆଲିଗଡ଼ରେ ଜଣେ କାର୍‌ ଚାଳକ ହେଲମେଟ୍ ପିନ୍ଧି ନ ଥିଲେ ବୋଲି ଟ୍ରାଫିକ୍ ପୋଲିସ୍‌ ୫୦୦ ଟଙ୍କାର ଇ-ଚାଲାଣ କାଟିଛି। ଏହାପରେ କାର୍‌ ଚାଳକ ଜଣକ ହେଲମେଟ୍ ପିନ୍ଧି ସ୍ଥାନୀୟ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ।

କାର୍‌ ଚାଳକଙ୍କ ନାମ ସୁରେଶ ଚନ୍ଦ୍ର ଗୁପ୍ତା। ତାଙ୍କର ଘର ଆଲିଗଡ ମୋହଲ୍ଲା ସରାୟ ହକିମ୍। ସୁରେଶ କହିଛନ୍ତି, ସେ ତାଙ୍କ ମାରୁତି ସୁଜୁକି ଏସ କ୍ରସ କାର୍ ‌( ୮୧ସିଇ ୩୩୭୫)ରେ ଅଗଷ୍ଟ ୨୩ରେ ଯାଉଥିଲେ। ହେଲମେଟ୍ ପିନ୍ଧି ନଥିଲେ ବୋଲି ଟ୍ରାଫିକ୍ ପୋଲିସ୍‌ ଜଣକ ୫୦୦ ଟଙ୍କାର ଇ-ଚାଲାଣ କାଟିଥିଲେ। ଯାହାର ବିଲ୍ ଦେବାକୁ ସେପ୍ଟେମ୍ୱର ୫ ତାରିଖରେ ମୋବାଇଲକୁ ମେସେଜ୍ ଆସିଥିଲା।

ଏହାପରେ ସୁରେଶ ହେଲମେଟ୍ ପିନ୍ଧି କାର୍‌ ଚଳାଇ ସ୍ଥାନୀୟ ପୋଲିସ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଟ୍ରାଫିକ୍ ଏସପି ଅଜିଜୁଲ ହକ କହିଛନ୍ତି, ଅଭିଯୋଗ ଆସିଛି। ଇ-ଚାଲାଣରେ ଏମିତି କେବେ ଭୁଲ୍ ହୁଏ ନାହିଁ। ଯଦି ଭୁଲ୍ ହୋଇଥିବ, ତାହେଲେ ଇ-ଚାଲାଣ ବାତିଲ୍ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ