ଯାଞ୍ଚ ପାଇଁ ଅଟକାଇବାରୁ ପୋଲିସ ଉପରେ ଚଢ଼ାଇଦେଲା ଅଟୋ


ନୂଆ ଟ୍ରାଫିକ୍ ନିୟମକୁ ନେଇ ଏବେ ସାରା ଦେଶରେ ଜନତାଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳୁଛି। କାରଣ ଟ୍ରାଫିକ୍ ନିୟମ ଭାଙ୍ଗିଲେ ଏବେ ଆଉ ଶହେ କି ଦୁଇ ଶହ ଟଙ୍କାରେ କାମ ଚଳୁନି, ହଜାର ହଜାର ଟଙ୍କା ପକେଟରୁ ଚାଲିଯାଉଛି। ଜରିମାନା ଭୟରେ ଲୋକେ ଘରୁ ଗାଡ଼ି କାଢିବାକୁ ଉଚିତ ମଣୁନାହାନ୍ତି। ତେବେ ଟ୍ରାଫିକ୍‌ର ନୂଆ ନିୟମକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହାର ପ୍ରଭାବ ଝାଡଖଣ୍ଡରେ ବି ଦେଖିବାକୁ ମିଳିଛି। ଜରିମାନା ଭୟରେ ଚାଳକମାନେ ଯେଉଁଠି ପୂରା କାଜଗପତ୍ର ଧରି ବାହାରକୁ ବାହାରୁଛନ୍ତି ସେଇଠି କିଛି ଲୋକ ଏଭଳି ବି ଅଛନ୍ତି ଯିଏକି ପୋଲିସ ନଜରରୁ ବର୍ତ୍ତିବା ପାଇଁ ଦୁର୍ଘଟଣା ଘଟାଇବାକୁ ବି ପଛାଉ ନାହାନ୍ତି।

ଗତକାଲି ରାଞ୍ଚି ମେନ୍ ରୋଡରେ ଗାଡ଼ି କାଗଜପତ୍ର ଯାଞ୍ଚ କରୁଥିବା ଜଣେ ପୋଲିସ ଅଧିକାରୀଙ୍କ ଉପରେ ଜଣେ ଅଟୋ ଚାଳକ ଗାଡ଼ି ଚଢାଇ ଦେବା କାରଣରୁ ତାଙ୍କର ମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଯାହାଫଳରେ ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣାରୁ ପ୍ରକାଶ ଯେ ପୋଲିସ ଅଧିକାରୀ ଜନ ମୁର୍ମୂ ରାଞ୍ଚି ମେନ୍ ରୋଡର ଓଭରବ୍ରିଜ ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ସେ କାଗଜପତ୍ର ଯାଞ୍ଚ କରିବା ପାଇଁ ଅଟକିବାକୁ ଇଶାରା କରିଥିଲେ। କିନ୍ତୁ ଡ୍ରାଇଭର ଜଣକ ଜରିମାନା ଭୟରେ ଖସିପଳାଇବାକୁ ଚେଷ୍ଟା କରିଥିଲା ଏବଂ ଗାଡ଼ି ସାମ୍ନାରେ ଛିଡା ହୋଇଥିବା ଉକ୍ତ ପୋଲିସ ଅଧିକାରୀଙ୍କ ଉପରେ ଗାଡ଼ି ଚଢାଇ ଚାଲିଯାଇଥିଲା। ତେବେ ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଡ୍ରାଇଭର ଅଟୋ ସହ ଫେରାର ହୋଇଯାଇଛି। ପୋଲିସ ସିସିଟିଭି ଫୁଟେଜ ଜରିଆରେ ତାକୁ ଧରିବାକୁ ଚେଷ୍ଟାକରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ