କଙ୍ଗୋ ଫିଭରର ଲକ୍ଷଣ ଓ ଉପଚାର ସମ୍ପର୍କରେ ଜାଣନ୍ତୁ


କ୍ରିମିଆ ଦେଶ, ପୂର୍ବ ଓ ପଶ୍ଚିମ ଆଫ୍ରିକା ପରେ କଙ୍ଗୋ ଜ୍ବର ଏବେ ଭାରତରେ ପ୍ରବେଶ କରିଛି। କିଛି ଦିନ ପୂର୍ବରୁ ଏହି ରୋଗ କାରଣରୁ ଗୁଜରାଟରେ ୩ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ, ୮ ଜଣ ଲୋକ ଏହି ରୋଗର ଶିକାର ହୋଇସାରିଛନ୍ତି। ଏହା ଏକ ଭାଇରାଲ ଜ୍ବର ଅଟେ। ଯାହା ଗାଈ, ମଇଁଷି, କୁକୁର, ମେଣ୍ଢା ଓ ଛେଳି ଭଳି ପୋଷା ଜନ୍ତୁଙ୍କ ସଂସ୍ପର୍ଶରେ ଆସିବା ପରେ ବ୍ୟାପିଥାଏ।

୧୯୪୪ ମସିହାରେ କ୍ରିମିଆ ଦେଶରେ ସର୍ବପ୍ରଥମେ ଏହି ରୋଗର ଚିହ୍ନଟ ହୋଇଥିଲା। ୧୯୬୯ରେ କଙ୍ଗୋରେ ଏହି ରୋଗର ପ୍ରଥମ ରୋଗୀ ସାମ୍ନାକୁ ଆସିଥିଲେ। ୨୦୦୧ରେ ଇରାନ, ପାକିସ୍ତାନ, ଦକ୍ଷିଣ ଆଫ୍ରିକାରେ ଏହି ଭାଇରସ ଖୁବ୍‌ ବ୍ୟାପିଥିଲା। ଏହାପରେ ପ୍ରଥମ ଥର ପାଇଁ ଏବେ ଏହି ଭାଇରାଲ ରୋଗ ଭାରତରେ ଦ୍ରୁତ୍‌ବେଗରେ ବ୍ୟାପିବାରେ ଲାଗିଛି।

କଙ୍ଗୋ ଜ୍ବର କ’ଣ
ଏହା ଏକ ଭାଇରାଲ ଜ୍ବର ଅଟେ। ପଶୁଙ୍କ ସମ୍ପର୍କରେ ରହିବା କାରଣରୁ ପଶୁଙ୍କଠାରେ ନୁହେଁ, କଙ୍ଗୋ ଭାଇରସ ଦ୍ରୁତ ବେଗରେ ବ୍ୟାପିବାରେ ଲାଗେ। ଏହି ଭାଇରସ ପଶୁଙ୍କ ଚମଡ଼ାରେ ଥିବା ଜୀବାଣୁରୁ ବ୍ୟାପିଥାଏ। ଭାଇରସ ବ୍ୟାପିବାର ୩ରୁ ୯ ଦିନ ମଧ୍ୟରେ ଗମ୍ଭୀର ଓ ବିପଦପୂର୍ଣ୍ଣ ହୋଇପାରେ। ଏହା ଟିକ୍ସ କିମ୍ବା ଫ୍ଲି ନାମକ କୀଟ ମାଧ୍ୟମରେ ବ୍ୟାପିଥାଏ।

ଲକ୍ଷଣ

ଏହି କଙ୍ଗୋ ଜ୍ବର ହେଲେ ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା, ଅଙ୍ଗପ୍ରତ୍ୟଙ୍ଗ ଜଳାପୋଡ଼ା ହେବା, ଜ୍ବର ଆସିବା, ଶରୀରରୁ ପ୍ରବଳ ରକ୍ତସ୍ରାବ ହେବା, ଜ୍ବର ସମୟରେ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଏକ ସଙ୍ଗେ କାମ କରିବା ବନ୍ଦ କରିଦିଏ। କଙ୍ଗୋ ଜ୍ବରରେ ପୀଡ଼ିତ ବ୍ୟକ୍ତି ଚିଡ଼ଚିଡ଼ା ଲାଗିବା, ଆଖିରୁ ପାଣି ବହିବା, ବାନ୍ତି ହେବା, ପିଠି ଯନ୍ତ୍ରଣା ହେବା, ବ୍ଲଡ୍‌ ପ୍ଲେଟଲେଟ୍‌ସରେ ଦ୍ରୁତ୍‌ ବେଗରେ ହ୍ରାସ ପାଇଥାଏ।

ଉପଚାର

କଙ୍ଗୋ ଫିଭରର ଚିକିତ୍ସା ପାଇଁ କୌଣସି ଟୀକା ଉପଲବ୍ଧ ହେଉନାହିଁ। ଏହା ଡେଙ୍ଗୁ ଜ୍ବର ଭଳି ହୋଇଥାଏ। ଏଥିରୁ ବଞ୍ଚିବା ଲାଗି ସାବଧାନତା ଅବଲମ୍ବନ କରିବା ଉଚିତ। ଘରେ ପୋଷା ଜନ୍ତୁଙ୍କ ବିଶେଷ ଧ୍ୟାନ ଦେବା ଉଚିତ। ସେମାନଙ୍କୁ ଠିକ୍‌ ସମୟରେ ପରିଷ୍କାର ପରିଚ୍ଛନ୍ନ କରନ୍ତୁ। ପ୍ରତ୍ୟେକ ସମୟରେ ପୋଷାଜନ୍ତୁଙ୍କ ଆଖପାଖରେ ରହନ୍ତୁ ନାହିଁ। ପିଲାଙ୍କୁ ଏହି ପଶୁଙ୍କଠାରୁ ଦୂରେଇ ରଖନ୍ତୁ। କୌଣସି ପ୍ରକାର ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ