ମହିଳାଙ୍କ କାମ ସହଜ କରିବ ଏହି କିଚେନ୍‌ ଟିପ୍ସ


କେବଳ ହାଉସ୍‌ ୱାଇଫ୍ ନୁହନ୍ତି, ୱାର୍କିଂ ୱିମେନମାନଙ୍କର ମଧ୍ୟ କିଚେନ୍‌ ସହିତ ଗଭୀର ସମ୍ପର୍କ ରହିଛି। ମହିଳାମାନେ ଖାଦ୍ୟ ତିଆରି କରିବାରୁ ଆରମ୍ଭ କରି କିଚେନ୍‌ର ପ୍ରତ୍ୟେକ କାମରେ ମାହିର ହୋଇଥାନ୍ତି। କିନ୍ତୁ ଅନେକ ସମୟରେ କାମ କରିବା ସମୟରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯାହାଫଳରେ କାମ କରିବାରେ ବିଳମ୍ବ ହୋଇଥାଏ। କିଚେନ୍‌ ସହିତ ଜଡ଼ିତ ଛୋଟ ଛୋଟ କଥା ପ୍ରତ୍ୟେକ ମହିଳା ଜାଣିବା ଉଚିତ, ଯାହାଫଳରେ କାମ ସହଜରେ ହୋଇପାରିବ। ଏଠାରେ ଏମିତି କେତେକ ଟିପ୍ସ ଦିଆଯାଇଛି, ଯାହା ସହାୟତାରେ ଆପଣ କାମକୁ ସହଜରେ ଓ ଶୀଘ୍ର କରିପାରିବେ।

  • ପିଆଜ କାଟିବା ସମୟରେ ଲୁହ ନ ବହିବା ଲାଗି ପିଆଜ କାଟିବାର ୧୦ ମିନିଟ୍‌ ପୂର୍ବରୁ ପାଣିରେ ଭିଜାଇ ଦିଅନ୍ତୁ। ପିଆଜ ଭଳି ରସୁଣକୁ ୧୫ ମିନିଟ୍‌ ପାଣିରେ ଭିଜାଇ ରଖିଲେ ଚୋପା ସହଜରେ ଛାଡ଼ିଯିବ।
  • ପନୀର ପରସ୍ପର ସହ ନ ଲାଗିବା ଲାଗି ଏଥିରେ ଅଳ୍ପ ତେଲ ଲଗାଇ ଦିଅନ୍ତୁ। ଏହାଫଳରେ ପନୀର ପରସ୍ପର ସହ ଲାଗିବେ ନାହିଁ। ସେହିପରି ବାଇଗଣ ପୋଡ଼ିବାବେଳେ ଏହା ଉପରେ ତେଲ ଲଗାଇ ଦିଅନ୍ତୁ। ଯାହାଫଳରେ ଚୋପା ଶୀଘ୍ର ଛାଡ଼ିଯିବ।
  • ମଶରୁମ୍‌ ତରକାରୀ କଲାବେଳେ ଏହାକୁ ପାଣିରେ ଧୁଅନ୍ତୁ ନାହିଁ। କାରଣ ଏହା ପାଣି ଶୋଷି ନେଇଥାଏ। ତେଣୁ ଏହାକୁ ଓଦା କପଡ଼ାରେ ସଫା କରନ୍ତୁ।
  • ଯଦି ଡ୍ରାଏଫ୍ରୁଟ୍‌ କାଟି ବ୍ୟବହାର କରିବାକୁ ଚାହୁଛନ୍ତି, ତେବେ ଏହାକୁ ଘଣ୍ଟାଏ ପୂର୍ବରୁ ଫ୍ରିଜ୍‌ରେ ରଖନ୍ତୁ। ଫ୍ରିଜ୍‌ରୁ ବାହାର କରି ଆପଣ ଏହାକୁ ସହଜରେ କାଟି ପାରିବେ।
  • ଫ୍ରିଜ୍‌ ଗନ୍ଧ ହେଉଥିଲେ ଏଥିରେ ଲେମ୍ବୁ କାଟି ରଖନ୍ତୁ। ଏହାଦ୍ବାରା ଦୁର୍ଗନ୍ଧ ଦୂର ହେବା ସହିତ ସତେଜତା ଅନୁଭବ ହେବ। ଲେମ୍ବୁ ଶୁଖିଯାଇଥିଲେ ଏହାକୁ ଘଣ୍ଟାଏ ପାଇଁ ପାଣିରେ ଭିଜାଇ ଦିଅନ୍ତୁ। ଲେମ୍ବୁରୁ ରସ ସହଜରେ ବାହାରିଯିବ।
  • ମହୁ କାଢ଼ିବାବେଳେ କପ୍‌ରେ ହାଲୁକା ଭାବେ ତେଲ ଲଗାନ୍ତୁ। ଏପରି କରିବା ଦ୍ବାରା ମହୁ କପ୍‌ରେ ଲାଗିବ ନାହିଁ ଓ ସହଜରେ ସବୁ ମହୁ ବାହାରିଯିବ।
  • ଗ୍ରେଭି କିମ୍ବା ବିରିୟାନୀରେ ଦହି ଢାଳିବା ପୂର୍ବରୁ ଏହାକୁ ଭଲ ଭାବେ ଫେଣ୍ଟନ୍ତୁ। ଦହିକୁ ହାଲୁକା ଥଣ୍ଡା ରଖିଲେ ଏହାର ସ୍ବାଦ ଆହୁରି ବଢ଼ିଯିବ।
  • ସାଲାଡ଼ରେ ପିଆଜ ବ୍ୟବହାର କରିବା ପୂର୍ବରୁ ଏହାକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ। ଏହାଦ୍ବାରା ପିଆଜର ରାଗ ଅଂଶ କମିଯିବ।
  • ଆଳୁ ମିଠା ଲାଗୁଥିଲେ ଏହାକୁ ଲୁଣ ପାଣିରେ ଘଣ୍ଟାଏ ଭିଜାଇ ରଖନ୍ତୁ। ଏହାଫଳରେ ଆଳୁର ମିଠା ଅଂଶ ଶେଷ ହୋଇଯିବ ଓ ଏହାକୁ ଆପଣ ଖାଦ୍ୟରେ ବ୍ୟବହାର କରିପାରିବେ।
  • କଞ୍ଚା ଲଙ୍କାକୁ ଅଧିକ ସମୟ ତାଜା ରଖିବା ଲାଗି ଏହାର ଡେମ୍ଫ ଭାଙ୍ଗି ପୋଛି ପ୍ଲାଷ୍ଟିକ୍‌ ଡବାରେ ରଖନ୍ତୁ। ଏପରି କରିବା ଦ୍ବାରା ଅଧିକ ସମୟ ଲଙ୍କା ତାଜା ରହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ