‘ଇନ୍‌ଶାଲ୍ଲାହ’ରୁ ବାଦ୍‌ ପଡ଼ିଲେ ସଲମାନ


ନିର୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ଦୀର୍ଘ ୨୦ ବର୍ଷ ପରେ ସଲମାନ ଖାନଙ୍କ ସହ ଫିଲ୍ମ ‘ଇନ୍‌ଶାଲ୍ଲାହ’ରେ କାମ କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଏହି ଦୁଇ ଜଣଙ୍କ ମଧ୍ୟରେ ଏପରି କିଛି ହୋଇଥିଲା, ଯାହାଫଳରେ ଏହି ପ୍ରୋଜେକ୍ଟ ବନ୍ଦ କରିଦିଆଯିବ ବୋଲି ଅନୁମାନ କରାଯାଉଥିଲା। ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ ସଲମାନ ଖାନଙ୍କ ଯୋଡ଼ି ପ୍ରଥମ ଥର ନଜର ଆସିବାକୁ ଯାଉଥିଲେ। ସଲମାନ ଯେବେଠାରୁ ଫିଲ୍ମରୁ ଅଲଗା ହେବା ଖବର ଶୁଣିବାକୁ ମିଳିଛି, ଏହି ଫିଲ୍ମକୁ ବନ୍ଦ କରି ଦିଆଯିବ ବୋଲି ଅନୁମାନ କରାଯାଉଥିଲେ। କିନ୍ତୁ ଏବେ ଖବର ଶୁଣିବାକୁ ମିଳୁଛି ସଞ୍ଜୟ ଲୀଲା ଭନ୍‌ସାଲୀ ଏବେ ଏହି ଫିଲ୍ମରେ ଏପରି କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି, ଯେଉଁଥିରେ ସଲମାନଙ୍କୁ ରିପ୍ଲେସ୍‌ କରି ଦିଆଯିବ।

ତେବେ ମିଳିଥିବା ଖବର ମୁତାବକ ଭନ୍‌ସାଲୀ ଏହି ଫିଲ୍ମରେ ଆଲିଆଙ୍କୁ ହିରୋଇନ୍‌ ‌ଭାବେ କାଏମ ରଖିବାକୁ ଚାହୁଛନ୍ତି। ତେଣୁ ସେ ତାଙ୍କ ‘ଇନ୍‌ଶାଲ୍ଲାହ’ ସିନେମାରେ କେତେକ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି। ଭନ୍‌ସାଲୀ ‘ଇନ୍‌ଶାଲ୍ଲାହ’ ଫିଲ୍ମର ପ୍ରି-ପ୍ରିଡେକ୍ସନ୍‌ରେ ବହୁତ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ତେଣୁ ଏହି ଫିଲ୍ମ ବନ୍ଦ ନ ହେଉ ବୋଲି ସେ ଚାହୁଛନ୍ତି। ଆଲିଆ ଏହି ଫିଲ୍ମ ପାଇଁ କିଛି ଦୃଶ୍ୟର ଶୁଟିଂ ମଧ୍ୟ କରି ସାରିଛନ୍ତି, ତେଣୁ ଏହି ପ୍ରୋଜେକ୍ଟ ବନ୍ଦ ହେବା ଖବର ଶୁଣି ସେ ବହୁତ ଚିନ୍ତାରେ ମଧ୍ୟ ଅଛନ୍ତି। କିନ୍ତୁ ଭନ୍‌ସାଲୀଙ୍କ ତରଫରୁ ଆସୁଥିବା ଏହି ଖବର ଶୁଣିବା ପରେ ଆଲିଆଙ୍କୁ ନିହାତି ଭାବେ ଆଶ୍ବସ୍ତି ମିଳିଥିବ। ସୂଚନାଯୋଗ୍ୟ ଯେ ଭନ୍‌ସାଲୀଙ୍କ ‘ଇନ୍‌ଶାଲ୍ଲାହ’ ସିନେମାର ପ୍ଲଟ୍‌ ତାଙ୍କର ପୁରୁଣା ଫିଲ୍ମ ‘ଜାନମ ସମଝା କରୋ’ ଧାରାରେ ପ୍ରସ୍ତୁତ ହେଉଛି। ‘ଜାନମ ସମଝା କରୋ’ ସିନେମାରେ ସଲମାନଙ୍କ ସହ ଉର୍ମିଳା ମାତୋଣ୍ଡକର ନଜର ଆସିଥିଲେ। ଏବେ ସଲମାନଙ୍କୁ ରିପ୍ଲେସ୍‌ କରି ଭନ୍‌ସାଲୀ ନିଜ ‘ଇନ୍‌ଶାଲ୍ଲାହ’ ସିନେମାରେ କେଉଁ ନାୟକଙ୍କୁ ନେବେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ