ପଞ୍ଜାବରେ ପ୍ରସାରିତ ହେବନି ‘ରାମ ସିୟା କେ ଲବ କୁଶ’


କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ‘ରାମ ସିୟା କେ ଲବ କୁଶ’ ଉପରେ ବାଲ୍ମିକୀ ସମାଜ ଆପତ୍ତି କରିବା ପରେ ପଞ୍ଜାବର ମୁକ୍ତସାର ଜିଲା ପ୍ରଶାସନ ଏହାର ପ୍ରସାରଣ ଉପରେ ରୋକ ଲଗାଇଛନ୍ତି। ଏହି ଧାରାବାହିକର କେତେକ ଏପିସୋଡ୍‌ ପ୍ରସାରିତ କରାଯିବା ପରେ ବାଲ୍ମିକୀ ସମାଜ ଏହାର ବିରୋଧ କରିବା ଆରମ୍ଭ କରିଥିଲେ। ଶନିବାର ସେମାନେ ପଞ୍ଜାବ ବନ୍ଦ ଡାକରା ମଧ୍ୟ ଦେଇଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁକ୍ତସାର ଜିଲା ପ୍ରଶାସନ ପଞ୍ଜାବର କେତେକ ଅଞ୍ଚଳରେ ଏହି ଧାରାବାହିକ ପ୍ରସାରଣ ଉପରେ ରୋକ ଲଗାଇଛି।

ସୂଚନାଯୋଗ୍ୟ ଯେ ବାଲ୍ମିକୀ ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି ଯେ ‘ରାମ ସିୟା କେ ଲବ କୁଶ’ ସିରିଅଲରେ ଭଗବାନ ବାଲ୍ମିକୀଙ୍କ ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଦର୍ଶନ କରାଯାଉଛି। ଏହା ତାଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି। ଧାରାବାହିକରେ ବାଲ୍ମିକୀ ରାମାୟଣର କଥାବସ୍ତୁ ସହିତ ବିକୃତ କରାଯାଇଛି। ତେଣୁ ଟେଲିକାଷ୍ଟ କରୁଥିବା ଚ୍ୟାନେଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଲ୍ମିକୀ ସମାଜ ପକ୍ଷରୁ ଦାବି କରାଯାଇଥିଲା। ପଞ୍ଜାବର ଗୃହ ମନ୍ତ୍ରାଳୟ ଦ୍ବାରା ଜାରି ନିର୍ଦେଶ ଅନୁସାରେ ଆଇନଶୃଙ୍ଖଳା ପରିସ୍ଥିତି, ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ନେଇ ସମ୍ଭାବିତ ବିପଦକୁ ଏଡ଼ାଇବାକୁ ଏପରି କରାଯାଇଛି। ଏହି ନିର୍ଦେଶ ପରେ ମୁକ୍ତସାର ଜିଲ୍ଲାଧିକାରୀ ଏକ ମାସ ପାଇଁ ଏହି ଧାରାବାହିକକୁ ବନ୍ଦ କରି ଦେଇଛନ୍ତି। ମୁକ୍ତସାର ଜିଲା ପ୍ରଶାସନ ଏଥିପାଇଁ କେବଲ ଟେଲିଭିଜନ ନେଟୱର୍କ ରେଗୁଲେସନ୍‌ ଆକ୍ଟର ଧାରା ୧୯ର ସାହାରା ନେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ