ମୋଦିଙ୍କ ଟି’ ଷ୍ଟଲ ପାଇବ ପର୍ଯ୍ୟଟନସ୍ଥଳୀର ମାନ୍ୟତା


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲା ଦିନେ ଚା’ ବିକିବା କାହାଣୀ କାହାରିକୁ ଅଛପା ନାହିଁ। ପ୍ରଧାନମନ୍ତ୍ରୀ ମୋଦି ପିଲାଦିନେ ଗୁଜରାଟର ବଡନଗରସ୍ଥିତ ରେଳ ଷ୍ଟେସନ୍‌ରେ ଚା’ ବିକ୍ରି କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ନାମ ଯୋଡ଼ି ହୋଇଗଲା ପରେ ଏହି ରେଳ ଷ୍ଟେସନ୍ ଏତେ ମାତ୍ରାରେ ଲୋକପ୍ରିୟ ହୋଇଗଲା ଯେ ଏବେ ଏହାକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ବିଚାର କରାଯାଉଛି।

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ କିଛି ଦିନ ତଳେ ଗୁଜରାଟ ଯାଇଥିଲେ। ଏହି ସମୟରେ ସେ ଏପରି ଅନେକ ସ୍ଥାନ ପରିଦର୍ଶନରେ କରିଥିଲେ, ଯାହାକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଇପାରିବ। ତାଙ୍କର ଏହି ଯାତ୍ରାରେ ବଡ଼ନଗର ରେଲୱେ ଷ୍ଟେସନ୍‌ ମଧ୍ୟ ସାମିଲ୍‌ ଥିଲା। ଏହି ପ୍ଲାଟଫର୍ମରେ ଆଜି ବି ସେହି ଦୋକାନ ରହିଛି, ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ପିଲାଦିନେ ଟଙ୍କା ଅଭାବ କାରଣରୁ ଚା’ ବିକ୍ରି କରୁଥିଲେ। ଏ ସମ୍ପର୍କରେ ମୋଦି ନିଜେ ଅନେକ ଭାଷଣରେ କହି ସାରିଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଯେତେବେଳେ ଏହି ଟି’ ଷ୍ଟଲରେ ପହଞ୍ଚିଥିଲେ, ଟିଣରେ ତିଆରି ଏହି ଦୋକାନର ଅନେକ ଅଂଶରେ ଜଙ୍ଗ୍‌ ଲାଗିଯାଇଥିବା ଦେଖିବାକୁ ପାଇଥିଲେ। ଏହି ଦୋକାନର ଅସ୍ତିତ୍ବ ବଞ୍ଚାଇବା ଲାଗି ଏହା ଚାରିପଟେ ଏକ କାଚ ଘର ନିର୍ମାଣ କରିବା ଲାଗି ସେ ନିର୍ଦେଶ ଦେଇଛନ୍ତି। ଏଥିସହିତ ଏହି ଦୋକାନର ସ୍ବରୂପକୁ ବଞ୍ଚାଇବା ଲାଗି ପୂରା ପ୍ରୟାସ କରାଯିବ ବୋଲି ସେ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ