କିମିଆ କରୁଛି ମୋନିଙ୍କ ଅନାରକଲୀ ସୁଟ୍‌ ଲୁକ୍‌


ଅଭିନେତ୍ରୀ ମୋନି ରୟ ନିଜ ଯାଦୁ ଟିଭି ଜଗତରୁ ଆରମ୍ଭ କରି ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ଚଳାଇଛନ୍ତି। ତାଙ୍କ ନୃତ୍ୟ ଓ ଅନ୍ଦାଜ ବଡ଼ ପରଦାରେ ମଧ୍ୟ କମାଲ କରୁଛି। ଖୁବ୍‌ଶୀଘ୍ର ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମୋନି ନଜର ଆସିବାକୁ ଯାଉଛନ୍ତି। ଏଥିସହିତ ରାଜକୁମାର ରାଓଙ୍କ ସହିତ ମଧ୍ୟ ତାଙ୍କର ଏକ ସିନେମା ଆସିବାକୁ ଯାଉଛି। କିନ୍ତୁ ମୋନିଙ୍କ ସୌନ୍ଦର୍ଯ୍ୟ, ଷ୍ଟାଇଲ୍‌, ଫ୍ୟାଶନ୍‌, ଅନ୍ଦାଜ ସବୁକିଛି ତାଙ୍କ ପ୍ରଶଂସକଙ୍କୁ କିମିଆ କରୁଛି। କିଛି ଦିନ ତଳେ ମୋନି ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ସୋସାଲ ମିଡିଆରେ ମୋନିଙ୍କ ଏହି ଲୁକ୍‌କୁ ଖୁବ୍‌ ପସନ୍ଦ କରାଯାଉଛି।  

ମୋନି ଗଣେଶପୂଜା ଅବସରରେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥିବା ଏହି ଫଟୋରେ ଏକ ହ୍ବାଇଟ୍‌ ରଙ୍ଗର ଫ୍ଲୋର ଲେନ୍‌ଥ ଅନାରକଲୀ ପିନ୍ଧିଥିଲେ। ଏଥିରେ ଗୋଲ୍ଡେନ୍‌ କାମ ମଧ୍ୟ ହୋଇଛି। ଏହି ଲୁକ୍‌କୁ ପୂରା କରିବା ଲାଗି ସେ କେଶକୁ କ୍ଲିପ୍‌ ଲଗାଇ ଖୋଲା ଛାଡ଼ିଥିବାବେଳେ ବଡ଼ ଗୋଲ୍ଡେନ୍‌ ଇଅରରିଙ୍ଗସ୍‌ ପିନ୍ଧିଥିଲେ। ଏହି ଅନାରକଲୀ ସୁଟ୍‌ ସହିତ ତାଙ୍କ ବୋଲ୍ଡ ଆଇଜ୍‌ ମେକ୍‌ଅପ୍‌ ତାଙ୍କ ସୌନ୍ଦର୍ଯ୍ୟକୁ କାହିଁ କେତେଗୁଣା ବଢ଼ାଇ ଦେଉଥିଲା। ଏଥିସହିତ ତାଙ୍କ ହ୍ବାଇଟ୍‌ ଦୁପଟ୍ଟା ମୋନିଙ୍କ ଲୁକ୍‌ ଓ ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥିଲା। ମୋନି ଏହି ଫ୍ଲୋର୍‌ ଲେନ୍‌ଥ ଅନାରକଲୀରେ ବହୁତ ସୁନ୍ଦର ଦେଖାଯାଉଥିଲେ। ତାଙ୍କର ପୋଷାକ ସମସ୍ତଙ୍କ ହୃଦୟକୁ ଜିତି ଯାଇଥିଲା। ମୋନି ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ଶେୟାର କରିଥିଲେ। ମୋନିଙ୍କ ସହିତ ତାଙ୍କ ବନ୍ଧୁ ଏକତା କପୁର ମଧ୍ୟ ଏକାଠି ନଜର ଆସିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ