ଫଟୋଶୁଟ୍‌କୁ ନେଇ ଟ୍ରୋଲ: ଏବେ କିଆରାଙ୍କ ପାଳି


କିଛି ଦିନ ପୂର୍ବେ ପୂର୍ବତନ ବିଶ୍ବସୁନ୍ଦରୀ ତଥା ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ତାଙ୍କ ଫଟୋଶୁଟ୍‌କୁ ନେଇ ସୋସାଲ ମିଡିଆରେ ଟ୍ରୋଲ୍‌ର ସମ୍ମୁଖୀନ ହୋଇଥିବାବେଳେ ଏବେ ଏହା ଅଭିନେତ୍ରୀ କିଆରା ଆଡଭାନୀଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମ ‘କବୀର ସିଂ’ରେ ପ୍ରୀତି ଚରିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟରେ ରହିଥିବା କିଆରା ଆଡଭାଣୀ ଏବେ ନିଜର ଏକ ନୂଆ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଏହି ଫଟୋଶୁଟ୍‌ରେ ଏକ ସୁନ୍ଦର ଡିଜାଇନର ପୋଷାକରେ ନଜର ଆସିଛନ୍ତି। କିନ୍ତୁ ତାଙ୍କର ଏହି ପୋଷାକକୁ ନେଇ ଲୋକେ ତାଙ୍କୁ ପରିହାସ କରିବା ଆରମ୍ଭ କରିଛନ୍ତି। ଏବେ ସୋସାଲ ମିଡିଆରେ ଏହି ଫଟୋକୁ ଜୋର୍‌ଦାର ଶେୟାର କରାଯାଉଛି। ଲୋକେ କିଆରାଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି। 

କିଆରା ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ଶେୟାର କରିଛନ୍ତି। ଏହି ଫଟୋ କିଆରାଙ୍କ ନିକଟରେ କରାଯାଇଥିବା ଫଟୋଶୁଟ୍‌ରୁ ନିଆଯାଇଛି। ଏଥିରେ କିଆରା ୟେଲୋ ରଙ୍ଗର ଫିଦର ଫ୍ୟାବ୍ରିକ୍‌ଯୁକ୍ତ ଅଫ୍‌ ଶୋଲ୍ଡର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି। କିନ୍ତୁ କିଆରାଙ୍କ କେତେକ ପ୍ରଶଂସକଙ୍କୁ ତାଙ୍କର ଏହି ପୋଷାକ ପସନ୍ଦ ଆସିନାହିଁ। ତାଙ୍କୁ ଅଜବ ଅଜବ କମେଣ୍ଟମାନ ଆସିବାରେ ଲାଗିଛି। ଲୋକେ ଲଗାତର କିଆରାଙ୍କ ପୋଷାକର ତୁଳନା ମ୍ୟାଗି ନୁଡ୍‌ଲ୍ସ ସହିତ କରିବାରେ ଲାଗିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଆପଣ ପୂରାପୂରି ମସଲା ମ୍ୟାଗି ଲାଗୁଛନ୍ତି। ଅନ୍ୟଜଣେ ଲେଖିଛନ୍ତି ଯେ ଯେତେବେଳେ ମ୍ୟାଗି ଖାଇବାକୁ ଇଚ୍ଛା ହେବ, ତେବେ ଏହି ପୋଷାକ ପିନ୍ଧିବା ଉଚିତ।

ସୂଚନାଯୋଗ୍ୟ ଯେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଶୁଟିଂ କିଆରା ଆରମ୍ଭ କରିଛନ୍ତି। ଏହାବ୍ୟତୀତ ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ‘ଗୁଡ୍‌ ନ୍ୟୁଜ୍‌’ରେ ମଧ୍ୟ କିଆରା ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ କିଆରାଙ୍କ ସହ ଦିଲଜିତ ଦୋସାଞ୍ଝ ମଧ୍ୟ ଅଭିନୟ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ