ଲୁଚି ଲୁଚି ୱାଇଲ୍ଡ ଲାଇଫ୍‌ର ମଜା ନେଉଛନ୍ତି ଆଲିଆ-ରଣବୀର


ରଣବୀର କପୁର ଓ ଆଲିଆ ଭଟ୍ଟ ଏବେ ହଟେଷ୍ଟ ବଲିଉଡ୍‌ କପଲ୍‌ଙ୍କ ମଧ୍ୟରେ ଅନ୍ୟତମ। ଏହି ଯୋଡ଼ି ଯେବେଠାରୁ ନିଜ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ଆରମ୍ଭ କରିଛନ୍ତି, ସେବେଠାରୁ ସେମାନଙ୍କ ମଧ୍ୟରେ କୁଛ୍‌ କୁଛ୍‌ ହେବା ଆରମ୍ଭ ହୋଇଯାଇଛି। କିନ୍ତୁ ଏହି ଖବର ସେତେବେଳେ ପକ୍କା ହୋଇଯାଇଥିଲା, ଯେତେବେଳେ କରନ ଜୋହରଙ୍କ ଚାଟ୍‌ ଶୋ’ରେ ଆଲିଆ ଭଟ୍ଟ ରଣବୀରଙ୍କ ସହ ତାଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। କିଛି ଦିନ ତଳେ ରଣବୀର-ଆଲିଆଙ୍କ ଏକ ବାହାଘର ଫଟୋ ସୋସାଲ ମିଡିଆରେ ଜୋର୍‌ଦାର ଭାଇରାଲ ହୋଇଥିଲା। ଯଦିଓ ଏହି ବାହାଘର ସତ ନ ଥିଲା, କିନ୍ତୁ ଏହି ଯୋଡ଼ି ଏବେ ଗୋପନରେ ବିଦେଶରେ ଛୁଟି କଟାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଆଲିଆ ଓ ରଣବୀର ଏବେ କେନିଆରେ ୱାଇଲ୍ଡ ଲାଇଫ୍‌ର ମଜା ନେବା ସହିତ ପରସ୍ପର ସହ କ୍ବାଲିଟି ଟାଇମ୍‌ ବିତାଉଛନ୍ତି। ଗୁରୁବାର ଆଲିଆ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଆଲିଆ ସୂର୍ଯ୍ୟୋଦୟ ଦୃଶ୍ୟ ଦେଖୁଛନ୍ତି। ଯଦିଓ ଏହି ଫଟୋରେ ଆଲିଆ ସ୍ପଷ୍ଟ କରିନାହାନ୍ତି ଯେ ସେ ହଲିଡେ’ରେ କାହା ସହିତ ଯାଇଛନ୍ତି। କିନ୍ତୁ ଏବେ ଏହି ଯୋଡ଼ିଙ୍କ ଏକ ଫଟୋ ସୋସାଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋକୁ ଫଟୋଗ୍ରାଫର ବିରଳ ଭୟାନୀ ଶେୟାର କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ