ସେରେନା-ବିୟଙ୍କା ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଫାଇନାଲ୍‌


ଚଳିତ ୟୁଏସ୍‌ ଓପନ୍‌ରେ ଏକ ନାଟକୀୟ ଘଟଣାକ୍ରମେ କାନାଡାର ଟିନ୍‌ଏଜର ବିୟଙ୍କା ଆଣ୍ଡ୍ରେସ୍‌କ୍ୟୁ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତାଙ୍କର ରେକର୍ଡ ସୃଷ୍ଟିକାରୀ ଭେଟେରାନ ସେରେନା ୱିଲିୟମ୍ସଙ୍କ ସହ ଟାଇଟଲ ମୁକାବିଲା ସ୍ଥିର ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୯ରେ ସେରେନା ତାଙ୍କ କ୍ୟାରିଅରର ପ୍ରଥମ ୟୁଏସ୍‌ ଓପନ ଜିତିଲା ବେଳେ ବିୟଙ୍କା ଆଣ୍ଡ୍ରେସ୍‌କ୍ୟୁ ଜନ୍ମ ହୋଇ ନ ଥଲେ। ପରବର୍ତ୍ତୀ ଅବସ୍ଥାରେ ସେରେନାଙ୍କ ଚମତ୍କାର ପ୍ରଦର୍ଶନକୁ ଦେଖି ଆଣ୍ଡ୍ରେସ୍‌କ୍ୟୁ ବଡ଼ ହୋଇଥିଲା ବେଳେ ତାଙ୍କ ସହ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି।

ଆଣ୍ଡ୍ରେସ୍‌କ୍ୟୁ ସେମିରେ ଏକ କଡ଼ା ମୁକାବିଲାରେ ବେଲିନ୍ଦା ବେନ୍‌ସିକ୍‌ଙ୍କୁ ୭-୬(୩), ୭-୫ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଚଳିତ ବର୍ଷ ଭଲ ଫର୍ମରେ ଥିବା ଆଣ୍ଡ୍ରେସ୍‌କ୍ୟୁ ଇଣ୍ଡିଆନ ୱେଲ୍ସ ଓ ଟରଣ୍ଟୋରେ ଚାମ୍ପିଅନ ହୋଇଛନ୍ତି। ତାଙ୍କର ସେରେନାଙ୍କ ସହ ହୋଇଥିବା ଏକମାତ୍ର ମୁକାବିଲା ଅସମ୍ପୂର୍ଣ୍ଣ ଭାବେ ଶେଷ ହୋଇଥିଲା। ରୋଜର୍ସ କପ୍‌ରେ ଆଣ୍ଡ୍ରେସ୍‌କ୍ୟୁ ସେରେନାଙ୍କ ବିପକ୍ଷରେ ୩-୧ରେ ଅଗ୍ରଣୀ ଲାଭ କରିଥିଲା ବେଳେ ସେରେନା ଆହତ ହୋଇ ଓହରି ଯାଇଥିଲେ। ଭଲ ପ୍ରଦର୍ଶନ କରି ଫାଇନାଲକୁ ଆସିଥିବା ଆଣ୍ଡ୍ରେସ୍‌କ୍ୟୁ ଯଦି ଟାଇଟଲ ଜିତନ୍ତି, ତାହେଲେ ଏହା ତାଙ୍କ ଗ୍ରାଣ୍ଡସ୍ଲାମ ଟାଇଟଲ ସ୍ବପ୍ନକୁ ପୂରଣ କରିବ। ଗତ ବର୍ଷ ଆଣ୍ଡ୍ରେସ୍‌କ୍ୟୁ ୟୁସ୍‌ ଓପନର ପ୍ରଥମ ରାଉଣ୍ଡ୍‌ରୁ ହାରି ବିଦାୟ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ