ୟୁଏସ୍‌ ଓପନ: ସେମିରେ ନାଡାଲଙ୍କୁ ଭେଟିବେ ବେରେଟ୍ଟିନି


ଯୁଏସ୍‌ ଓପନ ପୁରୁଷ ବର୍ଗର ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ଟାଇଟଲ ଫେଭରିଟ ରାଫେଲ ନାଡାଲଙ୍କ ବିପକ୍ଷରେ ସେମିଫାଇନାଲ ଖେଳିବା ପାଇଁ ମାଟେଓ ବେରେଟ୍ଟିନି ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ଆଉ ଏକ ସେମି ଫାଇନାଲ ମେଡଭେଡେଭ ଓ ଦିମିତ୍ରୋଭଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ପୂର୍ବରୁ କେବେ ହେଲେ ୟୁଏସ୍‌ ଓପନରେ ମ୍ୟାଚ୍‌ ଜିତି ନ ଥିବା ବେରେଟ୍ଟିନି ଚମତ୍କାର ପ୍ରଦର୍ଶନ ଜରିଆରେ ଚଳିତ ୟୁଏସ୍‌ ଓପନ୍‌ର ସେମିରେ ପ୍ରବେଶ କରିଛନ୍ତି। କ୍ବାର୍ଟର ଫାଇନାଲରେ ବେରେଟ୍ଟିନି ଅଭିଜ୍ଞ ଗାଏଲ୍ସ ମୋନିଫିଲ୍ସଙ୍କୁ କଡ଼ା ମୁକାବିଲାରେ ହରାଇ ଦେଇଛନ୍ତି। ବେରେଟ୍ଟିନି ୩-୬, ୬-୩, ୬-୨, ୩-୬, ୭-୬ (୭-୫)ରେ ମୋନିଫିଲ୍ସଙ୍କୁ ହରାଇ ତାଙ୍କ କ୍ୟାରିଅରର ଏକ ବଡ଼ ସଫଳତା ପାଇଛନ୍ତି। ଏହି ୫ ସେଟ୍‌ ବିଶିଷ୍ଟ ମୁକାବିଲାରେ ଅନ୍ତିମ ସେଟ୍‌କୁ ଟାଇବ୍ରେକରରେ ଜିଣିବେରେଟ୍ଟିନି ଏକ ବଡ଼ ବିଜୟ ସହ ସେମିରେ ପ୍ରବେଶ କରିଛନ୍ତି।

ବେରେଟ୍ଟିନି ସେମିରେ ଶକ୍ତିଶାଳୀ ନାଡାଲଙ୍କୁ ସାମ୍ନା କରିବାକୁ ଯାଉଛନ୍ତି। ନାଡାଲ କ୍ବାର୍ଟର ଫାଇନାଲ୍‌ରେ ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ସିଧାସଳଖ ୬-୪, ୭-୫, ୬-୨ ସେଟ୍‌ରେ ହରାଇ ସେମିରେ ପହଞ୍ଚିଛି ସାରିଛନ୍ତି। ପୂର୍ବରୁ କେବେ ବି ନାଡାଲଙ୍କ ବିପକ୍ଷରେ ମ୍ୟାଚ୍‌ ଖେଳି ନ ଥିବା ବେରେଟ୍ଟିନି ସେମିରେ ପୂର୍ବ ମୁକାବିଲା ପରି ପ୍ରଦର୍ଶନ କରୁଛନ୍ତି ନା ନାହିଁ, ଦେଖିବାକୁ ବାକି ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ