ସଚିନଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟିଭ୍‌ ସ୍ମିଥ୍‌


ଷ୍ଟିଭ ସ୍ମିଥ୍‌ ତାଙ୍କ ଟେଷ୍ଟ କ୍ୟାରିଅରର ୨୬ତମ ଶତକ ହାସଲ କରିବା ଅବସରରେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି। ସାର ଡନ୍‌ ବ୍ରାଡମ୍ୟାନଙ୍କ ପରେ କମ୍‌ ଇନିଂସ ଖେଳି ୨୬ତମ ଶତକ କରିବାର ରେକର୍ଡ ସଚିନଙ୍କ ନାମରେ ରହିଥିଲା ବେଳେ ତାହାକୁ ସ୍ମିଥ୍‌ ଭଙ୍ଗ କରି ନିଜ ନାମରେ କରିପାରିଛନ୍ତି। ଫଳରେ ଏହି ତାଲିକାରେ ସଚିନ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ସଚିନ ୨୬ତମ ଟେଷ୍ଟ ଶତକ ପୂରଣ କରିବା ପାଇଁ ୧୩୬ଟି ଇନିଂସ ଖେଳିଥିଲା ବେଳେ ସ୍ମିଥ୍‌ ୧୨୧ଟି ଇନିଂସରେ ୨୬ତମ ଟେଷ୍ଟ ଶତକ ପୂରଣ କରିଛନ୍ତି।

ଏହି ତାଲିକାରେ ସର୍ବକାଳୀନ ଶ୍ରେଷ୍ଠ ବ୍ରାଡମ୍ୟାନ୍‌ କେବଳ ୬୯ଟି ଇନିଂସରେ ୨୬ତମ ଟେଷ୍ଟ ଶତକ କରି ଆଗରେ ରହିଛନ୍ତି। ତାଙ୍କ ପଛକୁ ସୁନୀଲ ଗାଭାସ୍କର ୧୪୪ ଇନିଂସ, ମାଥ୍ୟୁ. ହେଡେନ ୧୪୫ ଇନିଂସରେ ୨୬ତମ ଟେଷ୍ଟ ଶତକ ପୂରଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବଲ ଟାମ୍ପରିଂ ପାଇଁ ୧ ବର୍ଷ ସକାଶେ ବାସନ୍ଦ ହୋଇଥିବା ସ୍ମିଥ୍‌ ଦଳକୁ ଫେରିବା ପରେ ଚଳିତ ଆଶେସ୍‌ରେ ରନ୍‌ ବର୍ଷା କରି ବିଶ୍ବ ଚାମ୍ପିଅନ୍‌ ଇଂଲଣ୍ଡ ପାଇଁ କାଳ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଚଳିତ ଆସେସ୍‌ରେ ସ୍ମିଥ୍‌ ୧୪୭.୨୪ ପ୍ରତିଶତ ହାରରେ ୫୮୯ ରନ୍‌ କରି ସାରିଲେଣି। ଏଥିସହ ସ୍ମିଥ୍‌ ଆଇସିସି ଟେଷ୍ଟ ମ୍ୟାଟ୍ସମ୍ୟାନ ମାନ୍ୟତାରେ ମଧ୍ୟ କୋହଲିଙ୍କୁ ହଟାଇ ପୁଣି ଥରେ ନମ୍ବର ୱାନ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ