ଆଶେସ ସିରିଜ୍‌: ସ୍ମିଥ୍‌ଙ୍କ ଦ୍ବିଶତକ ବଳରେ ମଜଭୁତ ସ୍ଥିତିରେ ଅଷ୍ଟ୍ରେଲିଆ


ଚଳିତ ଆଶେସ୍‌ ସିରିଜର ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ୍‌ଙ୍କ ଦ୍ବିଶତକ ବଳରେ ମଜଭୁତ ସ୍ଥିତିରେ ଉପନୀତ ହୋଇଛି। ଦ୍ବିତୀୟ ଦିନରେ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ୪୯୭ ରନ୍‌ କରି ଇନିଂସ ଘୋଷଣା କରିବା ପରେ ଘରୋଇ ଇଂଲଣ୍ଡ ଗୋଟିଏ ୱିକେଟ୍‌ ହରାଇ ମାତ୍ର ୨୩ ରନ୍‌ କରିଛି। ହାତରେ ୯ ୱିକେଟ୍‌ ଥାଇ ଇଂଲଣ୍ଡ ୪୭୪ ରନ୍‌ ପଛରେ ରହିଛି। ପ୍ରଥମ ଦିନ ୩ଟି ୱିକେଟ ହରାଇଥିବା ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ଗୋଟିଏ ପଟେ ନିରବଚ୍ଛିନ ଭାବେ ବ୍ୟାଟିଂ କରି ଇଂଲଣ୍ଡର ବୋଲରଙ୍କୁ ନିରାଶ କରିଥିଲେ। ସ୍ମିଥ୍‌ ତାଙ୍କ ଟେଷ୍ଟ କ୍ୟାରିଅରର ୨୬ତମ ଶତକ ପୂରଣ କରିବା ସହ ୩୧୯ଟି ବଲ୍‌ରୁ ୨୪ଟି ଚୌକା ଓ ୨ଟି ଛକା ଜରିଆରେ ୨୧୧ ରନ୍‌ କରି ଆଉଟ୍‌ ହୋଇଥିଲେ।

ମାତ୍ର ୯ମ ୱିକେଟ୍‌ରେ ଟେଲ୍‌ଏଣ୍ଡର ମିଚେଲ ଷ୍ଟାର୍କ ଓ ନାଥନ ଲିଅନ ଇଂଲଣ୍ଡ ବୋଲରଙ୍କୁ ନିରାଶ କରି ରନ୍‌ ସଂଗ୍ରହ କରିଥିଲେ। ଦୁହେଁ ନବମ ୱିକେଟ୍‌ରେ ୫୯ ରନ୍‌ ଯୋଗ କରିବା ପରେ ଅଷ୍ଟ୍ରେଲିଆ ଦଳୀୟ ସ୍କୋର ୪୯୭/୮ରେ ପାଳି ସମାପ୍ତି ଘୋଷଣା କରିଥିଲା। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ୩ଟି, ଲିଚ୍‌ ଓଭର୍ଟନ ୨ଟି କରି ୱିକେଟ୍‌ ହାସଲ କରିଥିଲେ।

ଏହାର ଜବାବରେ ଇଂଲଣ୍ଡ ବେଶ୍‌ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ବି ୱିକେଟ୍‌ ବଞ୍ଚାଇବାରେ ସଫଳ ହୋଇ ନ ଥିଲା। ଓପ୍‌ନର ଜୋ ଡେନ୍‌ଲୀ ମାତ୍ର ୪ ରନ୍‌ କରି ପ୍ୟାଟ୍‌ କମିନ୍ସଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ। ରରୀ ବର୍ଣ୍ଣ୍‌ସ ୧୫ ଓ କ୍ରେଗ୍‌ ଓଭର୍ଟନ ୩ ରନ୍‌ କରି ଅପରାଜିତ ଥଲା ବେଳେ ଇଂଲଣ୍ଡ ଗୋଟିଏ ୱିକେଟ୍‌ରେ ୨୩ ରନ୍‌ରେ ପହଞ୍ଚିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ