ନାବାଳିକାଙ୍କ ଉପରେ ଚଢ଼ିଗଲା ଟ୍ରକ୍: ପୋଡ଼ାଜଳା କଲେ ଲୋକେ


କଳାହାଣ୍ଡି ଜିଲ୍ଲା ନନୁମାଠ ଗ୍ରାମ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଣେ ନାବାଳିକଙ୍କ ଉପରେ ଚଢ଼ି ଯାଇଛି କଣ୍ଟେନର୍‌। ଫଳରେ ଘଟଣାସ୍ଥଳରେ ନାବାଳିକାଙ୍କର ମୃତ୍ୟୁ ହୋଇଯାଇଛି।  ନାବାଳିକାଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକମାନେ ପୋଡ଼ାଜଳା କରିବା ସହ କ୍ଷତିପୂରଣ ଦାବିରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି। ରାସ୍ତା ଜାମ୍‌ କାରଣରୁ ବରଗଡ଼-ବୋରିଗୁମ୍ମା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ସସ୍ମିତା ସାହୁ (୧୦) ତାଙ୍କ ବାପାଙ୍କ ସହିତ ନୁନମାଠ ଗାଁକୁ ଆସିଥିଲେ। ତାଙ୍କ ବାପା ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ସେ ରାସ୍ତା ପାର ହୋଇ ବିସ୍କୁଟ୍ କିଣିବାକୁ ଯାଉଥିଲେ। ଏ ସମୟରେ ବଲାଙ୍ଗିର ପଟରୁ ଆସୁଥିବା ବେଦାନ୍ତ କମ୍ପାନିର ଏକ କଣ୍ଟେନର୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାପରେ ଡ୍ରାଇଭର ଟ୍ରକ୍ ଛାଡ଼ି ଫେରାର୍‌ ହୋଇଯାଇଛି। ପୋଲିସ୍‌ ଉକ୍ତ ଟ୍ରକକୁ ଜବତ କରିଛି। ତେବେ ସସ୍ମିତାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି। ପୋଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକମାନଙ୍କୁ ବୁଝାସୁଝା କରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ