ଦୁଷ୍କର୍ମ ମାମଲାକୁ ରଫାଦଫା କରିବା ଅଭିଯୋଗରେ ୧୧ ଗିରଫ


କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକା ପ୍ରତି ହୋଇଥିବା ଦୁଷ୍କର୍ମ ଘଟଣାକୁ ରଫାଦଫା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ଏହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ୧୧ ଜଣଙ୍କୁ ଗିରଫ କରିଛି ପୋଲିସ୍‌। ଏଥିସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶିବାନୀ ପ୍ରଧାନଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌।

ସୂଚନାଯୋଗ୍ୟ, ଅଗଷ୍ଟ ୨୭ ତାରିଖରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପଡ଼ୋଶୀ ଯୁବକ ଶିବାନୀ ପ୍ରଧାନ ଦୁଷ୍କର୍ମ କରିଥିଲା। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଗାଁ କମିଟି ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଗାଁ କମିଟିର କେତେକ ଲୋକେ ଘଟଣା ସମ୍ପର୍କରେ ପୋଲିସ୍‌କୁ ନ ଜଣାଇବା ପାଇଁ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଇବା ସହ ଘଟଣାକୁ ଗାଁ କମିଟିରେ ସମାଧାନ କରିବା ପାଇଁ କହିଥିଲେ। ଏହାପରେ ଗାଁରେ ଖାପ୍‌ ପଞ୍ଚାୟତ ବସି ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଦେବା ଲାଗି ନିର୍ଦେଶ ଦେଇଥିଲେ। ମାତ୍ର ଅଭିଯୁକ୍ତର ବାପା ଟଙ୍କା ଦେବାକୁ ମନା କରିଦେବା ପରେ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରି ଦୁଷ୍କର୍ମ ଅଭିଯୁକ୍ତଙ୍କ ସହିତ ଏ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଆଉ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ