ରିଲାଏନ୍ସ ଜିଓ ଫାଇବରର ଶୁଭାରମ୍ଭ: କେତେ ଦେବେ, କ’ଣ ପାଇବେ ?


ଗୁରୁବାର ଭାରତୀୟ ଟେଲିକମ୍‌ କ୍ଷେତ୍ରରେ ଜିଓ ତା’ର ଆଉ ଏକ ଧମାକାଦାର ଆରମ୍ଭ କରିଛି। ଜିଓ ଫାଇବରର ଅପ୍‌ଟିକ୍‌-ଫାଇବର ବ୍ରଡ୍‌ବ୍ୟାଣ୍ଡ ସେବା ଗୁରୁବାର ଠାରୁ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ୨ କୋଟି ଘରୋଇ ଉପଭୋକ୍ତା ଓ ୧ କୋଟି ୫୦ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ଏହି ସେବା ପହଞ୍ଚାଇବା ପାଇଁ  ନିକଟରେ ଜିଓ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଦେଶର ମୋଟ୍‌ ୧୬ ଶହ ସହରରେ ଏହି ନୂଆ ବ୍ରଡ୍‌ବ୍ୟାଣ୍ଡ ସେବାକୁ ପହଞ୍ଚାଇବା ପାଇଁ ଜିଓ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି।

ଏଥିପାଇଁ ଜିଓ ପକ୍ଷରୁ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ସ୍କିମ୍‌ ମଧ୍ୟ ଘୋଷଣା କରାଯାଇଛି। ସର୍ବନିମ୍ନ ଦାମ୍‌ ଦେଇ ଜିଓ ଫାଇବର ଜରିଆରେ କିପରି ହାଇ ସ୍ପିଡ୍‌ ଡାଟା ବ୍ୟବହାର କରିହେବ, ତାହାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏଥିସହ ମାଗଣା ଲ୍ୟାଣ୍ଡଲାଇନ୍‌ କଲ୍‌ ଓ ଓଟିଟି ପ୍ଲାଟଫର୍ମର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରଥମ ଯେଉଁମାନେ ଏହାର ଉପଭୋକ୍ତା ହେବାକୁ ଆବେଦନ କରିବେ, ସେମାନଙ୍କୁ ମାଗଣା ସେଟ୍‌ଅପ୍‌ ବକ୍ସ ପ୍ରଦାନ ପାଇଁ ମଧ୍ୟ ଜିଓ ପକ୍ଷରୁ ଘୋଷଣା କରାଯାଇଛି।

ଘୋଷଣା ଟାରିଫ୍‌ ଅନୁସାରେ ମାସକୁ ମାତ୍ର ୬୯୯ ଟଙ୍କାରୁ ଆରମ୍ଭ କରି ୮,୪୯୯ ଟଙ୍କା ପର୍ଯ୍ୟନ୍ତି ସ୍କିମ୍‌ ଧାର୍ଯ୍ୟ ହୋଇଛି। ସବୁଠାରୁ କମ୍‌ ମାସିକ ୬୯୯ ଟଙ୍କାରେ ଜଣେ ଉପଭୋକ୍ତାଙ୍କୁ ୧୦୦ ଏମବିପିଏସ୍‌ ସ୍ପିଡ୍‌ ଓ ୧୦୦ ଜିବି ସହ ଆଉ ଅତିରିକ୍ତ ୫୦ ଜିବି ଅତିରିକ୍ତ ଡାଟା ମିଳିବ। ଏହାବାଦ୍‌ ମାଗଣା ଭଏସ୍‌ କଲ୍‌ ମଧ୍ୟ କରାଯାଇ ପାରିବ ବୋଲି ଦର୍ଶାଯାଇଛି। ଏହିପରି ଭାବେ ଅନ୍ୟାନ୍ୟ ସ୍କିମ୍‌ ପାଇଁ ମଧ୍ୟ ଦେୟ ରାଶି ଓ ସୁବିଧା ଘୋଷଣା କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ