ବାଣ କାରଖାନାରେ ବିସ୍ଫୋରଣ ନେଲା ୨୩ ଜୀବନ


ପଞ୍ଜାବର ବଟାଲାଠାରେ ଥିବା ଏକ ବାଣ କାରଖାନାରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୨୩ ଜଣଙ୍କର ଜୀବନ ଯାଇଥିବାବେଳେ ଦୁଇ ଡ୍ରଜନ୍‌ରୁ ଉର୍ଦ୍ଦ୍ବ ଲୋକ ଆହତ ହୋଇଛନ୍ତି। ତନ୍ମଧ୍ୟରେ ୭ ଜଣ ଗୁରୁତର ଜୀବନ ସହ ସଂଘର୍ଷ କରୁଛନ୍ତି। ଏହି ଖବର ଶୁଣିବା ମାତ୍ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରେନ୍ଦ୍ର ସିଂ ଏହି ଘଟଣାର ତୁରନ୍ତ ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏଥିସହ ବଟାଲା ଏଡିସିଙ୍କୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ଏହାବାଦ୍‌ ପଞ୍ଜାବ ଗ୍ରାମୀଣ ବିକାଶ ଓ ପଞ୍ଚାୟତ ମନ୍ତ୍ରୀ ତ୍ରିପ୍ତ ରାଜିନ୍ଦର ସିଂଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ବଟାଲାଠାରେ ଆବାସିକ ସ୍ଥାନରେ ଥିବା ଏକ ବାଣ କାରଖାନାରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଉକ୍ତ ବାଣ କାରଖାନାଟି ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଯିବା ସହ ଏହାର ଆଖାପାଖରେ ଥିବା ଅନେକ ଘରବାଡ଼ି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଏଥିରେ ୨୩ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ପାଖାପାଖି ୨୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ବର୍ଡର ରେଞ୍ଜ ଆଇଜି ଏସ୍‌ପିଏସ୍‌ ପରମାର।

ପଞ୍ଚାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରେନ୍ଦ୍ର ସିଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କାର ଏବଂ ୭ ଜଣ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଗୁରୁଦାସପୁର ଜିଲ୍ଲାର ସାଧାରଣ ଓ ପୋଲିସ୍‌ ପ୍ରଶାସନକୁ ମଧ୍ୟ ପୀଡ଼ିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସେହିପରି ଗୁରୁଦାସପୁର ଡେପୁଟି କମିଶନରଙ୍କୁ କୁହାଯାଇଛି ଯେ ପୀଡ଼ିତମାନଙ୍କୁ ସମ୍ପୂର୍ଣ୍ଣ ରୂପେ ମାଗଣାରେ ଚିକିତ୍ସା ଯୋଗାଇବାର ସମସ୍ତ ବନ୍ଦୋବସ୍ତ ସେ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ