ଜାଣନ୍ତୁ ବାଣୀଙ୍କ ବିକିନି ବଡିର ରହସ୍ୟ


ବଲିଉଡ୍‌ର ଟ୍ୟାଲେଣ୍ଟେଡ ଅଭିନେତ୍ରୀ ବାଣୀ କପୁର କିଛି ଦିନ ତଳେ ନିଜ ୩୧ତମ ଜନ୍ମଦିନ ପାଳନ କରିଥିଲେ। ଅଭିନୟ ସହିତ ଲୋକେ ବାଣୀଙ୍କ ଫିଟ୍‌ନେସ୍‌ର ମଧ୍ୟ ବହୁତ ଦୀୱାନା। ନିଜର ଆଗାମୀ ସିନେମା ‘ୱାର୍‌’ର ଟିଜରରେ ମଧ୍ୟ ବାଣୀ ନିଜର ପରଫେକ୍ଟ ବିକିନି ବଡି ପ୍ଲାଣ୍ଟ କରିଥିବା ନଜର ଆସୁଛି। ଏଥିପାଇଁ ବାଣୀଙ୍କୁ ଅନେକ ମାସ ଯାଏ କଠୋର ପରିଶ୍ରମ କରିଥିଲେ। ବାଣୀଙ୍କୁ ସେଲିବ୍ରିଟି ଫିଟ୍‌ନେସ୍‌ ଟ୍ରେନର ୟାସମିନ କରାଚିୱାଲା ତାଙ୍କୁ ସାହାଯ୍ୟ କରିଛନ୍ତି।

ବ୍ୟାୟାମ ପ୍ରତି ସମର୍ପିତ

ଫିଟ୍‌ନେସ୍‌ ଟ୍ରେନର ୟାସମିନଙ୍କ କହିବାନୁସାରେ ବାଣୀ ବ୍ୟାୟାମ ପ୍ରତି ବହୁତ ମାତ୍ରାରେ ସମର୍ପିତ ଅଟନ୍ତି। ବାଣୀ ଲଗାତର ୧୦ ସପ୍ତାହ ଯାଏ ଡେଡିକେସନ୍‌ ଓ କମିଟ୍‌ମେଣ୍ଟ ସହିତ ୱାର୍କଆଉଟ୍‌ କରିଥିଲେ। ଏହାପରେ ତାଙ୍କୁ ଏଭଳି ପରଫେକ୍ଟ ବିକିନି ଫିଗର ମିଳିପାରିଛି ବୋଲି ୟାସମିନ କହିଛନ୍ତି।

୨୦-୨୦-୨୦ ପ୍ଲାନ୍‌ କରି ବ୍ୟାୟାମ

ତାଙ୍କ ୱାର୍କଆଉଟ୍‌ ଶିଡ୍ୟୁଲରେ ବାଣୀ ପିଲାଟେ ଓ କାର୍ଡିଓ ଏକ୍ସରସାଇଜ୍‌ର ସାହାରା ନେଇଥିଲେ। କେବଳ ସେତିକି ନୁହେଁ, ବାଣୀ ପିଲାଟେରେ ମଧ୍ୟ ଅଲଗା ଅଲଗା ପ୍ରକାରର ସର୍କିଟ୍‌ ଟ୍ରେନିଂ ଓ ଫଙ୍କସନାଲ ଟ୍ରେନିଂ ନେଇଛନ୍ତି। ଯାହାର ୨୦-୨୦-୨୦ ପ୍ଲାନ୍‌ ତିଆରି କରାଯାଇଥିଲା। ଏଥିରେ ସେ ୨୦ ମିନିଟ୍‌ ଗୋଡ଼ର ଏକ୍ସରସାଇଜ୍‌, ୨୦ ମିନିଟ୍‌ ପେଟର ଏକ୍ସରସାଇଜ୍‌ ଓ ୨୦ ମିନିଟ୍‌ ଶରୀରର ଏକ୍ସରସାଇଜ୍‌ ରହିଛି।

ବଡି ପାର୍ଟ ଓ ଫଙ୍କସନାଲ ଟ୍ରେନିଂ

ପରଫେକ୍ଟ ଫିଗର ପାଇବା ପାଇଁ ବାଣୀ ହେବି ୱେଟ୍‌ ଟ୍ରେନିଂ ବ୍ୟତୀତ ବଡି ପାର୍ଟ ଓ ଫଙ୍କସନାଲ ଟ୍ରେନିଂ ମଧ୍ୟ ନେଇଥିଲେ। ଏହାବ୍ୟତୀତ ପାୱର ପିଲାଟେ, ମେଡିସିନ୍‌ ବଲ୍‌ ବ୍ୟାୟାମ, ସ୍ବିସ୍‌ ବଲ୍‌, ଟ୍ରେଡ୍‌ କ୍ଲାଇମ୍ବର ମଧ୍ୟ ତାଙ୍କ ଫିଟ୍‌ନେସ୍‌ ରୁଟିନ୍‌ର ଅଂଶବିଶେଷ ଅଟେ।

ପ୍ରତ୍ୟେକ ଦିନ ଅଲଗା ଅଲଗା ବ୍ୟାୟାମ

ବାଣୀଙ୍କ ଫିଟ୍‌ନେସ୍‌ ଟ୍ରେନରଙ୍କ କହିବାନୁସାରେ ବାଣୀ ପ୍ରତ୍ୟେକ ଦିନ ଅଲଗା ଅଲଗା ବ୍ୟାୟାମ କରିଥାନ୍ତି। ପ୍ରତ୍ୟେକ ଦିନ ଅଲଗା ଅଲଗା ବ୍ୟାୟାମ କରିବା ଦ୍ବାରା ତାଙ୍କ ଶରୀର ପାଇଁ ଠିକ୍‌ ଭାବେ କାମ କରିଥିଲା ବୋଲି ୟାସମିନ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ