ସଭିଙ୍କ ପାଇଁ ମା’ ହିଁ ପ୍ରଥମ ଶିକ୍ଷକ


ଆପଣ ଅନେକଥର ଶୁଣିଥିବେ ଭଗବାନ ସବୁ ସ୍ଥାନରେ ରହି ପାରିବେ ନାହିଁ, ଏଥିପାଇଁ ସେ ମା’ ତିଆରି କରିଛନ୍ତି। ଏଥିପାଇଁ ମା’ଙ୍କୁ ଭଗବାନଙ୍କ ଅବତାର ବୋଲି କୁହାଯାଏ। ମା’ କେବଳ ପିଲାଙ୍କୁ ଜୀବନ ଦେଇ ଏହି ଦୁନିଆକୁ ଆଣି ନ ଥାନ୍ତି, ଭଲ କଥା, ଭଲ ଅଭ୍ୟାସ ମଧ୍ୟ ଶିଖାଇଥାନ୍ତି। ଯାହାଫଳରେ ପିଲାଙ୍କ ଜୀବନର ମୂଳଦୂଆ ସୁଦୃଢ଼ ହୋଇପାରିବ। ତେଣୁ ଆମ ଜୀବନର ପ୍ରଥମ ଗୁରୁ ମା’ ହୋଇଥାନ୍ତି।

ନ କହି ବି ବୁଝିଯାଆନ୍ତି କ’ଣ ଦରକାର
ପିଲାଙ୍କୁ ତାଙ୍କ ମା’ଙ୍କଠାରୁ ଆଉ କେହି ଅଧିକ ବୁଝି ପାରନ୍ତି ନାହିଁ। ପିଲା ଯେତେବେଳେ ଜନ୍ମ ହୋଇଥାନ୍ତି ଓ ନିଜ ଆବଶ୍ୟକତା ସମ୍ପର୍କରେ କହିପାରନ୍ତି ନାହିଁ, ସେତେବେଳେ ମା’ ତାଙ୍କ ସମସ୍ୟା, ସେମାନଙ୍କ ଆବଶ୍ୟକତା ବୁଝି ପାରନ୍ତି। ମା’ ପିଲାଙ୍କୁ ଯାହା କିଛି ଶିଖାନ୍ତି, ତାହା ପିଲାର ହୃଦୟ ଓ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ତଥା ସ୍ଥାୟୀ ପ୍ରଭାବ ପକାଇଥାଏ। ତେଣୁ ପିଲା ଜନ୍ମ ହେବାର ପ୍ରଥମ ବର୍ଷରେ ମା’ଙ୍କଠାରୁ ଉତ୍ତମ ଶିକ୍ଷା ନିହାତି ଆବଶ୍ୟକ।

ପିଲାଙ୍କୁ ବ୍ୟବହାରିକ ଜ୍ଞାନ ଦେଇଥାନ୍ତି ମା’

ତାଙ୍କ ପିଲା ଖରାପ ରାସ୍ତାରେ ଚାଲନ୍ତୁ ବୋଲି କୌଣସି ମା’ ଚାହାନ୍ତି ନାହିଁ। ପିଲାକୁ ଏହି ଦୁନିଆକୁ ଆଣିବା ପୂର୍ବରୁ ମା’ ତାଙ୍କ ସହିତ ଭଲ କଥା ହୋଇଥାନ୍ତି। ପିଲା ଜନ୍ମ ହେବା ପରେ ତାଙ୍କୁ ବଡ଼ମାନଙ୍କ ସହ କିପରି ବ୍ୟବହାର ପ୍ରଦର୍ଶନ କରିବା ଉଚିତ, କିଭଳି ଠିକ୍‌ ରାସ୍ତାରେ ଚାଲିବେ, କିଭଳି ଠିକ୍‌ ଭାବେ ଖାଇବେ, ନିଜକୁ କିଭଳି ଅନ୍ୟମାନଙ୍କ ସାମ୍ନାରେ ପ୍ରଦର୍ଶନ କରିବେ ଏସବୁ କଥା ଶିଖାଇଥାନ୍ତି। ସ୍କୁଲ ଯିବା ପରେ ଶିକ୍ଷକ ପିଲାଙ୍କୁ ପୁସ୍ତକଗତ ଜ୍ଞାନ ଶିଖାଇଥାନ୍ତି, କିନ୍ତୁ ମା’ ପିଲାଙ୍କୁ ଜୀବନରେ ଠିକ୍‌ ଭାବେ ବଞ୍ଚିବା ଲାଗି ଉତ୍ତମ ଉପାୟ ଓ ବ୍ୟବହାରିକ ଜ୍ଞାନ ଦେଇଥାନ୍ତି।

ମା’ଙ୍କ କଥାକୁ କରନ୍ତୁନି ଅଣଦେଖା
ମା’ ପ୍ରତ୍ୟେକ ପିଲାର ଉତ୍ତମ ଓ ଶ୍ରେଷ୍ଠ ଶିକ୍ଷକ ଅଟନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ଏପରିସ୍ଥଳେ ପ୍ରତ୍ୟେକ ପିଲାର କର୍ତ୍ତବ୍ୟ ହେଉଛି ଯେଉଁଭଳି ସେମାନେ କ୍ଲାସ୍‌ରେ ଶିକ୍ଷକଙ୍କ କଥା ପୂରା ଧ୍ୟାନ ଓ ଫୋକସ୍‌ର ସହିତ ଶୁଣନ୍ତି, ସେହିପରି ମା’ଙ୍କ ପ୍ରତ୍ୟେକ କଥା ଧ୍ୟାନରେ ଶୁଣିବା ଉଚିତ। ତେଣୁ ମା’ଙ୍କ କଥାକୁ ଅଣଦେଖା କରିବା ଉଚିତ ନୁହେଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ