ଅମୃତସରୀ ତନ୍ଦୁରୀ ଚିକେନ୍‌ ରେସିପି


ଆମିଷ ଖାଇବାକୁ ପସନ୍ଦ କରୁଥିବା ସମସ୍ତଙ୍କୁ  ଥରେ ଅମୃତସରୀ ତନ୍ଦୁରୀ ଚିକେନ୍‌ ଟ୍ରାଏ କରିବା ଉଚିତ। ଚିକେନ୍‌ ପିସ୍‌କୁ ଦହି, ଲହୁଣୀ, ସୋରିଷ ତେଲ ଓ ବିଭିନ୍ନ ପ୍ରକାରର ମସଲା ସହିତ ମାରିନେଟ୍‌ କରି ଓପନ ଗ୍ରୀଲରରେ ଗ୍ରୀଲ୍‌ କରାଯାଇ ଯେଉଁ ସ୍ବାଦ ବାହାରେ, ତାହା ଦୀର୍ଘ ଦିନ ଯାଏ ମନେ ରହିଥାଏ। ଏହାକୁ ଆପଣ ଷ୍ଟାଟର କିମ୍ବା ଆପେଟାଇଜର ଭାବେ ପରଷି ପାରିବେ। ଘରେ ପାର୍ଟି କିମ୍ବା କିଟି ପାର୍ଟି ଆୟୋଜନ କରୁଥିଲେ, ଏହା ଏକ ଉପଯୁକ୍ତ ବିକଳ୍ପ ଅଟେ। ଚାଲନ୍ତୁ ଜାଣିବା ଏହି ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୭୫୦ ଗ୍ରାମ୍‌ ଚିକେନ୍‌, ୨ ଚାମଚ ଲଙ୍କା ଗୁଣ୍ଡ, ୨ ଚାମଚ ଲେମ୍ବୁ ରସ, ଖଣ୍ଡେ ଡାଳଚିନି, ୩ଟି ଗୁଜୁରାତି, ୨ ଚାମଚ ଲହୁଣୀ, ୩ ଚାମଚ ସୋରିଷ ତେଲ, ୧ ଚାମଚ ଧନିଆ, ୨ଟି ତେଜପତ୍ର, ଗୋଲମରିଚ ଗୁଣ୍ଡ ୨ ଚାମଚ, ୬ଟି ଲବଙ୍ଗ, ୨ଟି ଅଳେଇଚ, ଦେଢ଼ କପଖ ଦହି, ୨ ଚାମଚ ଅଦା ରସୁଣ ପେଷ୍ଟ, ଅଧ ଚାମଚ ହଳଦୀ।

ପ୍ରସ୍ତୁତି ପ୍ରଣାଳୀ

ଚିକେନ୍‌କୁ ଭାବେ ସଫା କରି ଏକ ପାତ୍ରରେ ରଖନ୍ତୁ। ଏକ ବଡ଼ ପାତ୍ରରେ ସୋରିଷ ତେଲ, ଲଙ୍କା ଗୁଣ୍ଡ, ଦହି, ଲୁଣ, ଅଦା ରସୁଣ ପେଷ୍ଟ, ଲେମ୍ବୁ ରସ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ବ୍ରଶ୍‌ ମାଧ୍ୟମରେ ଚିକେନ୍‌ ପିସ୍‌ ଉପରେ ଭଲ ଭାବେ ଲଗାନ୍ତୁ। ଯେମିତି ପୂରା ଚିକେନ୍‌ ଉପରେ ଏହି ମିଶ୍ରଣ ଭଲ ଭାବେ କୋଟ୍‌ ହୋଇଯିବ। ଏବେ ଧନିଆ, ଗୋଲମରିଚ, ଡାଳଚିନି, ହଳଦୀ ଗୁଣ୍ଡ, ତେଜପତ୍ର, ଲବଙ୍ଗ ଓ ଗୁଜୁରାତିକୁ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏହି ପାଉଡରକୁ ମଧ୍ୟ ବ୍ରଶ୍‌ ମାଧ୍ୟମରେ ଚିକେନ୍‌ ଉପରେ ଲଗାଇ କିଛି ଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ଏପରି କରିବା ଦ୍ବାରା ଚିକେନ୍‌ରେ ଭଲ ଭାବେ ମସଲା ମିଶିଯିବ। ପରେ ଏହି ଚିକେନ୍‌କୁ ଗ୍ରୀଲରରେ ରଖି ଉଭୟ ପାର୍ଶ୍ବକୁ ଭଲ ଭାବେ ବ୍ରାଉନ୍‌ କଲରର ହେବା ଯାଏ ଗ୍ରୀଲ୍‌ କରନ୍ତୁ। ଚିକେନ୍‌ ଗ୍ରୀଲ୍‌ କରିବା ସମୟରେ କିଛି ସମୟ ବ୍ୟବଧାନରେ ଏହା ଉପରେ ଲହୁଣୀ ଲଗାନ୍ତୁ। ଯାହାଫଳରେ ଚିକେନ୍‌ ଡ୍ରାଏ ହେବ ନାହିଁ। ଏବେ ପ୍ରସ୍ତୁତ ହୋଇଗଲା ଅମୃତସରୀ ତନ୍ଦୁରୀ ଚିକେନ୍‌। ଏହାକୁ ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ