ଜଣ୍ଡିସ୍‌ ପାଇଁ ଆପଣାନ୍ତୁ ଘରୋଇ ଉପଚାର, ଦେବ ତୁରନ୍ତ ଆରାମ


ରୋଗାଣୁ ବ୍ୟାପିବା ଫଳରେ ବ୍ୟକ୍ତି ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇଥାନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ଜଣ୍ଡିସ୍‌। ଏହି ରୋଗ ହେଲେ ରୋଗୀର ଆଖି, ନଖ, ପରିସ୍ରାର ରଙ୍ଗ ଗାଢ଼ ହଳଦିଆ ରଙ୍ଗର ହୋଇଯାଏ। ଏହି ରୋଗ ହେଲେ ଲିଭର ମଧ୍ୟ ଦୁର୍ବଳ ହୋଇଯାଏ। ଯାହାଫଳରେ ରୋଗୀଙ୍କୁ ଭୋକ କମ୍‌ ଲାଗିଥାଏ। ବାନ୍ତି ହେବା ସହିତ ଅସ୍ତବ୍ୟସ୍ତ ମଧ୍ୟ ଲାଗିଥାଏ। ଜଣ୍ଡିସ୍‌ର ଉପଚାର ପାଇଁ ସାଧାରଣତଃ ଘରୋଇ ଉପାୟ ଅବଲମ୍ବନ କରାଯାଇଥାଏ। ଚାଲନ୍ତୁ ଜାଣିବା ଜଣ୍ଡିସ୍‌ର କେତେକ ଘରୋଇ ଉପଚାର ସମ୍ପର୍କରେ।

ତ୍ରିଫଳା ଗୁଣ୍ଡ
ଏକ ଗ୍ଲାସ୍‌ ପାଣିରେ ଏକ ଚାମଚ ତ୍ରିଫଳା ଭିଜାଇ ରାତି ସାରା ରଖନ୍ତୁ। ସକାଳୁ ଛାଣି ଏହି ପାଣି ପିଅନ୍ତୁ। ପାଖାପାଖି ଦୁଇ ସପ୍ତାହ ଏହି ପାଣି ପିଇବା ଦ୍ବାରା ଜଣ୍ଡିସ୍‌ରୁ ବହୁତ ଆରାମ ମିଳିପାରିବ।

ଧନିଆ
ଏକ ଗ୍ଲାସ୍‌ ପାଣିରେ ଧନିଆ ମଞ୍ଜି ରାତି ସାରା ଭିଜାଇ ରଖନ୍ତୁ। ସକାଳୁ ସକାଳୁ ଏହି ପାଣି ପିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାରା ଜଣ୍ଡିସ୍‌ ଠିକ୍‌ ହେବାରେ ସାହାଯ୍ୟ ମିଳେ।

ଟମାଟୋ ଜୁସ୍‌
ଏକ ଗ୍ଲାସ୍‌ ଟମାଟୋ ଜୁସ୍‌ରେ ଚିମୁଟେ ଗୋଲମରିଚ ଓ ଲୁଣ ମିଶାଇ ସକାଳୁ ପିଇବା ଦ୍ବାରା ଜଣ୍ଡିସ୍‌ ପାଇଁ ବହୁତ ଲାଭକାରୀ ହୋଇଥାଏ। ଟମାଟୋରେ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ।

କୋବି ଓ ଗାଜର
କୋବି ଓ ଗାଜରରୁ ରସ ବାହାର କରି ଉଭୟକୁ ସମାନ ମାତ୍ରାରେ ମିଶାଇ ପିଇବା ଦ୍ବାରା ଜଣ୍ଡିସ୍‌ରେ ବହୁତ ଲାଭ ମିଳିଥାଏ। ଆପଣ ଚାହିଲେ ଏଥିରେ ଚିମୁଟେ ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇପାରିବେ।

ନିମ୍ବ ପତ୍ର
୫ଟି ନିମ୍ବ ପତ୍ରକୁ ଧୋଇ ଏହାର ରସ ବାହାର କରି ରୋଗୀକୁ ପିଆଇବା ଦ୍ବାରା ଜଣ୍ଡିସ୍‌ରେ ଆରାମ ମିଳିଥାଏ। ପ୍ରତିଦିନ ଏକ ଚାମଚ ନିମ୍ବ ପତ୍ର ରସ ସେବନ ବହୁତ ଲାଭଦାୟକ ହୋଇଥାଏ।

ଫଳ ରସ
ଜଣ୍ଡିସ୍‌ ହୋଇଥିଲେ ଲେମ୍ବୁ, କମଳା ଓ ଭିଟାମିନ୍‌ ସି’ରେ ଭରପୂର ଫଳ ରସ ପିଇବା ବହୁତ ଫାଏଦା ମିଳିଥାଏ। ପ୍ରତ୍ୟେକ ଦିନ ଲେମ୍ବୁ ପାଣି ପିଇବା ଦ୍ବାରା ମଧ୍ୟ ଆପଣ ଏହି ରୋଗରୁ ମୁକ୍ତି ପାଇପାରିବେ।

ହାଲୁକା ଭୋଜନ
ଜଣ୍ଡିସ୍‌ ହୋଇଥିଲେ ହାଲୁକା ଓ ସହଜରେ ହଜମ ହୋଇଯାଉଥିବା ଭୋଜନ ଖାଇବା ଉଚିତ। ନରମ ଖେଚୁଡ଼ି, ଦଲିଆ, ସିଝା ଆଳୁ, କନ୍ଦମୂଳ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହାବ୍ୟତୀତ ଗୁଡ଼, ଚିନି, ମୂଳା ଓ ଛାଛ୍‌ ବି ସେବନ କରିପାରିବେ।

ଆଖୁ ରସ
ଆଖୁ ରସ ସେବନ ଜଣ୍ଡିସ୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ। ପ୍ରତିଦିନ ଆଖୁ ରସ ପିଇବା ଦ୍ବାରା ଏହି ରୋଗ ମୂଳରୁ ଶେଷ ହୋଇପାରେ। ଆଖୁ ରସ ପିଇବା ପୂର୍ବରୁ ଏହାର ସଫା ସୁତୁରା ପ୍ରତି ଧ୍ୟାନ ଦିଅନ୍ତୁ।

ଅନ୍ୟାନ୍ୟ ଆବଶ୍ୟକ ଜିନିଷ
କଞ୍ଚା ଏବଂ ପାଚିଲା ଅମୃତ ଭଣ୍ଡା, ମୂଳା ରସ, ଅଁଳା, ନାସପତି, ଦହି ଆଦି ସେବନ କରିବା ଦ୍ବାରା ଜଣ୍ଡିସ୍‌ ଠିକ୍‌ ହେବାରେ ସାହାଯ୍ୟ ମିଳିଥାଏ। ଏହାବ୍ୟତୀତ ଗ୍ଲୁକୋଜ ମଧ୍ୟ ସେବନ କରିବାକୁ ଭୁଲନ୍ତୁ ନାହିଁ। ଏହି ରୋଗ ହୋଇଥିଲେ ଶରୀରରେ ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ। ତେଣୁ ଯଥାସମ୍ଭବ ଅଧିକ ପାଣି ପିଅନ୍ତୁ। ପାଣି ଫୁଟାଇ ପିଇବାକୁ ଭୁଲନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ