ଅନ୍ନଦାତା ହେବେ ଉର୍ଜାଦାତା: ଧର୍ମେନ୍ଦ୍ର ପ୍ରଧାନ


ଦେଶର ଅନ୍ନଦାତାମାନେ ହେବେ ଉର୍ଜାଦାତା। ଏହି ନୀତି ନେଇ ମୋଦି ସରକାର କାମ କରୁଛନ୍ତି।ତେଣୁ ଦେଶର ଅନ୍ନଦାତାମାନଙ୍କୁ ଉର୍ଜାଦାତା କରିବା ସହ ସେମାନଙ୍କର ଆୟକୁ ବଢ଼ାଇବା ପାଇଁ ବିଭିନ୍ନ କୃଷି ଉତ୍ପାଦରୁ ପ୍ରସ୍ତୁତ ଇଥାନଲ୍‌ର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ୍‌ର ଆର୍ଥିକ ମାମଲାର ସମିତି ବଡ଼ ନିଷ୍ପତ୍ତି ଗ୍ରହଣ କରିଥିବା କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଦ୍ୱାରା ଆଖୁ ଚାଷୀମାନଙ୍କୁ ଲାଭ ହେବା ସହ ପରିବେଶ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି। ସେ କହିଛନ୍ତି,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ଆର୍ଥିକ ମାମଲାର ସମିତି ୧ ଡିସେମ୍ବର ୨୦୧୯ରୁ ୩୦ ନଭେମ୍ବର ୨୦୨୦ ଯାଏ ଇଥାନୋଲ୍‌ ଯୋଗାଣ ବର୍ଷରେ ଇଥାନଲ୍‌ ବ୍ଲେଣ୍ଡେଡ୍‌ ପେଟ୍ରୋଲ୍‌ (ଇପିବି) କାର୍ଯ୍ୟକ୍ରମରେ ବିଭିନ୍ନ କୃଷି ଉତ୍ପାଦରୁ ନିର୍ମିତ ଇଥାନଲ୍‌ର ମୂଲ୍ୟ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ସେ ଆହୁରି କହିଛନ୍ତି, ହେଭି ମୋଲେସରୁ ପ୍ରାପ୍ତ ଇଥାନଲ୍‌ର ମୂଲ୍ୟକୁ ୪୩.୪୬ ଟଙ୍କା ପ୍ରତି ଲିଟରରୁ ବଢ଼ାଇ ୪୩.୭୫ ଟଙ୍କା ପ୍ରତି ଲିଟର କରାଯାଇଛି। ସେହିପରି ହେଭି ମୋଲେସ୍‌ରୁ ପ୍ରାପ୍ତ ଇଥାନୋଲ୍‌ର ମୂଲ୍ୟକୁ ୫୨.୪୩ ଟଙ୍କା ପ୍ରତି ଲିଟରରୁ ବଢ଼ାଇ ୫୪.୪୩ ଟଙ୍କା ପ୍ରତି ଲିଟର କରାଯାଇଛି। ସେହିପରି ଆଖୁ ରସ, ଚିନି, ଚିନି ସିରପରୁ ପ୍ରାପ୍ତ ଇଥାନଲ୍‌ର ମୂଲ୍ୟକୁ ୫୯.୫୮ ଟଙ୍କା ପ୍ରତି ଲିଟର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହାବ୍ୟତୀତ ଜିଏସ୍‌ଟି ଓ ପରିବହନ ଶୁଳ୍କ ମଧ୍ୟ ଦେବାକୁ ହେବ। ତେଳ କମ୍ପାନୀମାନଙ୍କୁ ବାସ୍ତବିକ ପରିବହନ ଶୁଳ୍କ ନିର୍ଦ୍ଧାରିତ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଯାହା ଫଳରେ ଇଥାନଲ୍‌କୁ ଲମ୍ବା ରାସ୍ତା ଦେଇ ପରିବହନ ପାଇଁ କେହି ହତୋତ୍ସାହିତ ହେବେ ନାହିଁ। ସେ କହିଛନ୍ତି, ସମସ୍ତ ଆଖୁ ଆଧାରିତ ଉପାୟରୁ ପ୍ରାପ୍ତ ଇଥାନଲ୍‌ ଖରିଦ ପାଇଁ ଅଧିକ ମୂଲ୍ୟ ପ୍ରଦାନ କରିବା ନିଷ୍ପତ୍ତି ଦ୍ୱାରା ଇଥାନୋଲ୍‌ର ଉପଲବ୍ଧତା ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ପେଟ୍ରୋଲ୍‌ର ଆମଦାନୀରେ ନିର୍ଭରତା କମିବା, କୃଷି କ୍ଷେତ୍ର ଓ କୃଷକମାନଙ୍କୁ ସହାୟତା, ପରିବେଶ ଅନୁକୂଳ ଇନ୍ଧନ ତଥା ପ୍ରଦୂଷଣକୁ କମ କରିବାରେ ସହାୟତା ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ