ଜମ୍ମୁ-କଶ୍ମୀରରେ ପଞ୍ଚ, ସରପଞ୍ଚଙ୍କୁ ସୁରକ୍ଷା ସହ ମାଗଣା ବୀମା ସୁବିଧା


କେନ୍ଦ୍ର ସରକାରଙ୍କ ତୀକ୍ଷ୍‌ଣ ନଜରରେ ଥିବା ଜାମ୍ମୁ-କଶ୍ମୀରର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ କଶ୍ମୀର ଉପତ୍ୟକାରୁ ଆସିଥିବା ଗାଁ ମୁଖିଆ (ସରପଞ୍ଚ),  ପଞ୍ଚାୟତ ସଭ୍ୟ (ପଞ୍ଚ) ନିଜ ପାଇଁ ସୁରକ୍ଷା ଦାବି କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ସେମାନଙ୍କ କଥା ଶୁଣିବା ପରେ ସମସ୍ତଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ବୈଠକ ପରେ ଜଣେ ପଞ୍ଚ କହିଛନ୍ତି ଯେ ସେମାନଙ୍କୁ ମାଗଣା ବୀମା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ସେମାନଙ୍କ ପାଇଁ ମାଗଣା ୨ ଲକ୍ଷ ଟଙ୍କାର ବୀମା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଏଥିସହ ଜାମ୍ମୁ-କଶ୍ମୀରବାସୀ ମୋବାଇଲ୍‌ କଲ୍‌ ସେବା କେବେ ପାଇବେ ବୋଲି ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ସ୍ଥିତି ସ୍ବାଭାବିକ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିବା ସୂଚନା ମିଳିଛି। ଆଉ ଜଣେ ପଞ୍ଚ କହିଛନ୍ତି ଯେ ଆଗାମୀ ୧୫/୨୦ ଦିନ ଭିତରେ କଶ୍ମୀରରେ ମୋବାଇଲ ସେବା ଉପଲବ୍ଧ ହେବ ବୋଲି ଶାହ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ