କୋହଲି ଗାଦିଚ୍ୟୁତ, ସ୍ମିଥ୍‌ ପୁଣି ନମ୍ବର ୧ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌


ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଗାଦିଚ୍ୟୁତ କରି ପୁଣି ଥରେ ନମ୍ବର ୱାନ୍‌ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ କୋହଲି ମାତ୍ର ଗୋଟିଏ ବଲ୍‌ରେ ଡକ୍‌ଆଉଟ୍‌ ହୋଇ ଗୋଟିଏ ପଏଣ୍ଟ ବ୍ୟବଧାନରେ ସ୍ମିଥ୍‌ଙ୍କ ତଳକୁ ଖସି ଯାଇଛନ୍ତି। ୨୦୧୮ରେ ସ୍ମିଥ୍‌ ବଲ୍‌ ଟାମ୍ପରିଂ ଘଟଣାରେ ବର୍ଷକ ପାଇଁ ନିଲମ୍ବିତ ହେବା ପରେ କୋହଲି ଆଇସିସି ଟେଷ୍ଟ ମାନ୍ୟତାରେ ନମ୍ବର ୱାନ ସ୍ଥାନକୁ ଉନ୍ନୀତ ହେବା ସକାଶେ ସୁଯୋଗ ପାଇଥିଲେ। ମାତ୍ର ଚଳିତ ବର୍ଷ ସେ ଖେଳିଥିବା ୩ଟି ଟେଷ୍ଟରେ ସେପରି ଆଖିଦୃଶିଆ ପ୍ରଦର୍ଶନ ନ କରିବା ତାଙ୍କୁ ମାନ୍ୟତାରେ ଆଗକୁ ବଢ଼ିବାରେ ଅନ୍ତରାୟ ହୋଇଛି।

ଚଳିତ ବର୍ଷ କୋହଲି ତାଙ୍କ ୨୫ତମ ଟେଷ୍ଟ ଶତକରେ ଆଉ କୌଣସି ଶତକ ଯୋଡ଼ି ପାରି ନାହାନ୍ତି। ଆସନ୍ତା ଅକ୍ଟୋବର ୨ରୁ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିପାରିଲେ ସ୍ମିଥ୍‌ଙ୍କୁ ପୁଣି ଥରେ ଟପିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ଷକ ବ୍ୟାନ୍‌ ସମୟ ପାର କରି ଦଳକୁ ଫେରିଥିବା ସ୍ବିଥ୍‌ ଆଶେସ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରି ପୁଣି ଥରେ ଦମଦାର ଆରମ୍ଭ କରିଛନ୍ତି। ଦ୍ବିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ ସତ୍ତ୍ବେ ଆହତ ହୋଇ ତୃତୀୟ ଟେଷ୍ଟ ଖେଳି ପାରି ନାହାନ୍ତି। ମାତ୍ର ଟେଷ୍ଟ କ୍ରିକେଟରେ ଏଯାବତ୍‌ ୬୩ ପ୍ରତିଶତ ହାରରେ ରନ୍‌ ସଂଗ୍ରହ କରି ସ୍ମିଥ୍‌ ତାଙ୍କ ଦକ୍ଷତାର ପରିଚୟ ଦେବା ସହ ପୁଣି ଥରେ ନମ୍ବର ୱାନ ମାନ୍ୟତାକୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ